ନବାଗତ ଛାତ୍ର ଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ବାରିପଦା : ସ୍ଥାନୀୟ ମହାରାଜପୁର ସ୍ଥିତ ମୟୁରଭଞ୍ଜ କଲେଜ ଅଫ ଆକାଉଂଟେନସି ଆଣ୍ଡ ମ୍ୟାନେଜେମେଂଟ ର ହଷ୍ଟେଲରେ ନବାଗତ ଛାତ୍ର ଛାତ୍ରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ହଷ୍ଟେଲର ମୁଖ୍ୟ ପରିଚାଳିକା ଦେବଶ୍ରିତା ବିଶ୍ୱାଳଙ୍କ ପୌରାହିତ୍ୟ ରେ ଅନୁଷ୍ଠିତ ହୋଇଯାଇଅଛି । ଏହି ପରିପ୍ରେକ୍ଷୀ ରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ ମୁଖ୍ୟ ଅତିଥି ଏବଂ ଉପାଧ୍ୟକ୍ଷ ସଂଘମିତ୍ରା ରାଉତ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରି ନବାଗତ ଛାତ୍ର ଛାତ୍ରୀ ଙ୍କୁ ସ୍ୱାଗତ ଜଣାଇବା ସହିତ ହଷ୍ଟେଲ ରେ ରହି ପାଠ ପଢିବାର ମହତ୍ୱ ବୁଝାଇ ଥିଲେ । ହଷ୍ଟେଲର ସହକାରି ପରିଚାଳିକା ସୁଜାତା ପାଲ, ପରିଚାଳକ ରଞ୍ଜିତ ମାରାଣ୍ଡି ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ପିଲା ମାନଙ୍କୁ ଉତ୍ସାହିତ କରିଥିଲେ । ସର୍ବଶେଷରେ ହଷ୍ଟେଲର ପୁରୁଣା ଛାତ୍ରୀ ଈପ୍ସିତା ବାରିକ ଅତିଥି ଏବଂ ବକ୍ତା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ କ୍ଷ ହଷ୍ଟେଲ ର ପୁରୁଣା ଛାତ୍ର ଛାତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
