ବିଧାୟକ ମୋକିମଙ୍କ ସର୍ବପୁରାତନ ବ୍ୟାୟାମଶାଳା ପରିଦର୍ଶନ
କଟକ : ଏକ ବିଶେଷ ନିମନ୍ତ୍ରଣ କ୍ରମେ ବାରବାଟୀ-କଟକ ବିଧାୟକ ଇଂ ମହମ୍ମଦ ମୋକିମ ଐତିହାସିକ କଟକ ସହରର ସର୍ବପୁରାତନ ବ୍ୟାୟାମଶାଳା ଚୈାଧୁରୀବଜାରସ୍ଥିତ କଳିଙ୍ଗ ଜିମନାସିୟମ ପରିଦର୍ଶନ କରିଥିଲେ । ସହରର ପୁରୁଣା ବ୍ୟାୟାମଶାଳାର ଉନ୍ନତିକରଣ ପାଇଁ ସରକାରୀ ସ୍ତରରେ ଉଦ୍ୟମ ନ ହେବା ଦୁର୍ଭାଗ୍ୟଜନକ ବୋଲି କହିବା ସହିତ ଉଦବେଗ ପ୍ରକାଶ କରିଥିଲେ । ଜିମର ପୁରୁଣା ଉପକରଣ ନଷ୍ଟ ହୋଇ ଅଚଳ ହୋଇପଡିଛି । ଆଧୁନିକୀକରଣ ଯନ୍ତ୍ରପାତି ଓ ଜିମ ଉପକରଣର ଆବଶ୍ୟକତାକୁ ଅନୁଭବ କରି ବିଧାୟକ ମୋକିମ ସମସ୍ତ ପ୍ରକାର ଯନ୍ତ୍ରାଂଶ ସହିତ କଳିଙ୍ଗ ବ୍ୟାୟାମଶାଳାର ପୁନରୁଦ୍ଧାର ପାଇଁ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ବ୍ୟାୟାମଶାଳାର ସଂପାଦକ ବିରଜା ପ୍ରସାଦ ଦାସ କଳିଙ୍ଗ ଜିମ୍ର ଉନ୍ନତି ଓ ଆଧୁନିକରଣ ସଂପର୍କରେ ବିଧାୟକଙ୍କ ସହିତ ଆଲୋଚନା କରିଥିଲେ ।
