ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
ବାରିପଦା : ବାରିପଦା ମୁଖ୍ୟ ଡାକଘର ପାଖ ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ବୁଧବାର ବିଳମ୍ବିତ ରାତି ପ୍ରାୟ ୧.୩୦ ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟି ଥିବାର ଜଣାଯାଇଛି । ଏହି ଅଗ୍ନିକାଣ୍ଡରେ ୨ଗୋଟି ବ୍ୟାଗ ଦୋକାନ, ଗୋଟିଏ ଡ୍ରେସ ଦୋକାନ ଏବଂ ଗୋଟିଏ ହୋଟେଲ ସଂପୂର୍ଣ୍ଣ ଭସ୍ମ ହୋଇଯାଇଥିବାର ଦେଖାଯାଇଛି । ଖବର ପାଇ ଘଟଣା ସ୍ଥଳରେ ବାରିପଦା ଦମକଳ ବାହୀନି ପହଂଚି ନିଆଁକୁ ଆୟତ କରିଥିଲେ ନଚେତ ଅଧିକ କ୍ଷୟକ୍ଷତି ହେବାର ଆଶଂକା ଥିଲା ବୋଲି ଜଣାଯାଇଛି । ତେବେ ବର୍ତମାନ ସୁଦ୍ଧା କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଛି ତାହା ଅସ୍ପଷ୍ଟ ରହିଛି ।
