ଭତା ପାଇଁ ଅଡିଶନ ଦେଲେ ୨୪ କଳାକାର
କେନ୍ଦ୍ରାପଡ଼ା : ରାଜ୍ୟ ସରକାର ଗ୍ରାମାଞ୍ଚଳର ବିଭିନ୍ନ ବର୍ଗରମାନଙ୍କୁ ମାସିକ ଭତା ପ୍ରଦାନ କରିବା ନିଷ୍ପତି ନେଇଥିବାରୁ ଆବେଦନ କରିଥିବା କଳାକାରଙ୍କୁ ଚିହ୍ନଟ ପାଇଁ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଅଡିଶନ ଗ୍ରହଣ କରାଯାଇଛି । ଗୁରୁବାର ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ନିର୍ଦ୍ଦେଶ ମୁତାବକ ପୈାରାଞ୍ଚଳର ୨୪ଜଣ କଳାକାରଙ୍କ ଅଡିଶନ ଗ୍ରହଣ କରାଯାଇଛି । ପୈାରସଂସ୍ଥାର ଶ୍ରୀଦେବୀ ପରିଡାଙ୍କ ନେତୃତ୍ୱରେ ବିଚାରକମାନେ ଅଡିଶନର ମୂଲ୍ୟାୟନ କରି ରିପୋର୍ଟ ଦେବା ପରେ ଭତା ମଞ୍ଜୁର କରାଯିବ ବୋଲି ଜଣାପଡିଛି ।
