ଲକ୍ଷ୍ମୀପୁର ଖେରି ଗଣହତ୍ୟା ମକଦ୍ଦମାରେ ଗିରଫ ନିରିହ ଚାଷୀମାନଙ୍କୁ ଖଲାସ ଦାବି ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ସାଂସଦଙ୍କ ଉଦ୍ଦେଶ୍ୟରେ ୮ ଦଫା ଦାବିପତ୍ର
କେନ୍ଦ୍ରାପଡ଼ା : କେନ୍ଦ୍ରାପଡାର ଲୋକସଭାର ସାଂସଦ ଅନୁଭବ ମହାନ୍ତିଙ୍କ ଉଦ୍ଦେଶ୍ୟରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଏକ ୮ ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବି ଗୁଡିକ ମଧ୍ୟରେ ସ୍ୱାମୀ ନାଥନ କମିଶନରଙ୍କ ସୁପାରିଶ ଅନୁଯାଇ କୃଷି ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରିବା, ସବୁ ଚାଷୀଙ୍କ ଋଣ ଛାଡ କରିବା, ବିଦ୍ୟୁତ୍ ସଂଶୋଧନ ବିଲ ୨୦୨୦ କୁ ପ୍ରାତ୍ୟାହୃତ କରିବା, ଲକ୍ଷ୍ମୀପୁର ଖେରି ଗଣହତ୍ୟା ମକଦ୍ଦମାରେ ଗିରଫ ନିରିହ ଚାଷୀ ମାନଙ୍କୁ ନିଦ୍ଦେର୍ଷରେ ଖଲାସ କରାଯିବା ସହିତ ସହିଦ୍ ହୋଇଥିବା ଓ ଗଭୀର ଆଘାତ ପାଇଥିବା ଚାଷୀଙ୍କ ପରିବାର ଗୁଡିକୁ କ୍ଷତିପୁରଣ ପାଇଁ ସରକାର ଦେଇଥିବା ପ୍ରତିଶୃତି ଗୁଡିକୁ ଅବିଳମ୍ବେ ପୁରଣ କରିବା, ବନ୍ୟା, ବାତ୍ୟା, ମରୁଡି, ଅଦିନିଆ ବର୍ଷା, ଫସଲ ପୋକ ଜନିତ ରୋଗ, ବିଭିନ୍ନ ବନ୍ୟଜନ୍ତୁ ଓ ପଶୁ ଆଦି ଜନିତ କ୍ଷୟକ୍ଷତିର ଭରଣା ପାଇଁ ସରକାର କୃଷକ ସପକ୍ଷବାଦୀ ଫଳପ୍ରଦ ଫସଲବୀମା ଯୋଜନା ପ୍ରଚଳନ କରିବା, ସମସ୍ତ ମଧ୍ୟମ ଓ କ୍ଷୁଦ୍ର ନାମମାତ୍ର ଚାଷୀ, ଭାଗଚାଷୀ ଓ କୃଷି ଶ୍ରମିକ ମାନଙ୍କ ପାଇଁ ମାସିକ ୫ ହଜାର ଟଙ୍କା ପେନଶନ ଯୋଜନା ଦେଶରେ କାର୍ଯ୍ୟକରିବା ଆଦି ଦାବି ଗୁଡିକ ରହିଛି । ଏହି ଦାବିପତ୍ର ପ୍ରଦାନ ସମୟରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ଆବାହକ ଗୟାଧର ଧଳ, ରମଣୀ ରଞ୍ଜନ ରାଉତରାୟ, ମହେନ୍ଦ୍ର କୁମାର ପରିଡା, ଏଲିନା ସାମନ୍ତରାୟ, ଚିତ ରଞ୍ଜନ ମହାନ୍ତି, ଧରଣୀଧର ବେହେରା, ବିଜୟ ଦାସ, ଦାଶରଥୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
