ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକ୍ରମର ଜନ ଶୁଣାଣି
କଟକ : କଟକ ମହାନଗରରେ ହେଉଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟ ଉନ୍ନୟନ ସଂପର୍କରେ ସ୍ଥାନୀୟ ଟାଉନ୍ହଲରେ ଏକ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ‘ଲାଇଫ୍’ ସଂସ୍ଥା ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ସାମାଜିକ ସମୀକ୍ଷକ ରାମେଶ୍ୱର ସାହୁ ଓ ବଂଶୀଧର ଷଡଙ୍ଗୀ ହିତାଧିକାରୀଙ୍କର ସୁବିଧା ଅସୁବିଧା ସଂକ୍ରାନ୍ତରେ ଶୁଣାଣି କରିଥିଲେ । ସମସ୍ୟାର ତୁରନ୍ତ ସମାଧାନ ପାଇଁ ବିଧିବଦ୍ଧ ବ୍ୟବସ୍ଥା କରାଯାଇଥିଲା । ଏହି ଜନ ଶୁଣାଣି ଶିବିରରେ କର୍ପୋରେଟର ଅରୁନ୍ଧତି କର, ଆରତି ସାହୁ, ଲକ୍ଷ୍ମୀପ୍ରିୟା ବେହେରା, ପୁଷ୍ପିତା ମହାନ୍ତି, ରୀତାଂଜଳି ବେହେରା ଓ ପ୍ରିୟମ୍ବଦା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ସିଟି ଲେଭଲ ଟେକ୍ନିକାଲ ସେଲ୍ ପ୍ରଫେସ୍ନାଲ(ସିଏଲ୍ଟିସି) ବିଶେଷଜ୍ଞ କାର୍ଯ୍ୟକ୍ରମ ପରିଚାଳନା କରିଥିଲା ବେଳେ ଗୋଷ୍ଠୀ ସହାୟିକା ସହାୟତା କରିଥିଲେ ।
