କନ୍ଧମାଳର ତିନି ଜଣ ବିଶିଷ୍ଟ ସାହିତ୍ୟିକ ପାଇଲେ ବିଶ୍ୱନୟନ ସମ୍ମାନ
କନ୍ଧମାଳ : ଓଡ଼ିଶାର ଆଧ୍ୟାତ୍ମିକ ତଥା ସାମାଜିକ ସଂଗଠନ ଶ୍ରୀ ବିଶ୍ୱନୟନ ଐଶ୍ୱରୀୟ ଟ୍ରଷ୍ଟ, ପୁରୀ ତରଫରୁ ଏବଂ ବିଶ୍ୱନୟନ ଓ ବିଶ୍ୱେଶ୍ୱରୀ ସାହିତ୍ୟ ପତ୍ରିକା ସୌଜନ୍ୟରେ ରାଜ୍ୟ ସ୍ତରୀୟ କବି ଲେଖକ ସମାବେଶ ଏବଂ ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କନ୍ଧମାଳର ବରିଷ୍ଠ ସାହିତ୍ୟିକ ମାନେ ସମର୍ଦ୍ଧିତ ହୋଇଥିଲେ । କନ୍ଧମାଳର ବରିଷ୍ଠ ସାହିତ୍ୟିକ ତଥା ସମାଜସେବୀ ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କୁ କବିରତ୍ନ ସମ୍ମାନ ପ୍ରଦାନ କରାଯାଇଥିଲା ବେଳେ ଶିଶୁ ସାହିତ୍ୟିକ, ସଂଗଠକ, ଶିକ୍ଷାବିତ ତଥା ମଞ୍ଚ ସଞ୍ଚାଳକ କୈଳାଶ ଚନ୍ଦ୍ର ଧଳଙ୍କୁ ବିଶ୍ୱନୟନ ଶିଶୁ ସମ୍ମାନ, ରାଇକିଆ ଅଂଚଳର କବି ଓ ଶିକ୍ଷାବିତ ଶୀତୁ ପ୍ରକାଶ ରଥ ଙ୍କୁ ବିଶ୍ୱନାୟନ କବି ସମ୍ମାନ ଏବଂ ଅଧ୍ୟାପକ ହରପ୍ରିୟା ମିଶ୍ରଙ୍କୁ ବିଶେଶ୍ୱରୀ ସମ୍ମାନ ପ୍ରଦାନ କରାଯାଇଥିଲା । କନ୍ଧମାଳ ଜିଲ୍ଲାର ଏହି ପ୍ରତିଭୁ ମାନେ ପୁରୀର ସାହିତ୍ୟ ମଂଚରେ ସମ୍ମାନିତ ହେବା ଜିଲ୍ଲା ପାଇଁ ଗର୍ବର କଥା । ଏହି ସଭାରେ ଓଡିଶାର ବିଭିନ୍ନ ସ୍ଥାନରୁ ବହୁ ସାହିତ୍ୟିକ, ସାହିତ୍ୟିକା ଉପସ୍ଥିତ ରହିଥିଲେ । ବାବା ସତ୍ୟାନନ୍ଦ ଦାସ ମହାରାଜ ଉଦଘାଟକ ଭାବେ ଯୋଗ ଦେଇଥିଲା ବେଳେ ଚକ୍ରଧର ମହାପାତ୍ର , ଡାକ୍ତର ବଲ୍ଲଭ କୁମାର ଜୟସିଂହ, ସାଧନା ପାତ୍ରୀ, ମୋହନ ମହାରଣା ପ୍ରଭୃତି ଯୋଗଦେଇଥିଲା ବେଳେ ଡାକ୍ତର ସୌମ୍ୟକାନ୍ତ ପଣ୍ଡା ସଭାପତିତ୍ୱ କରିଥିଲେ । ସମ୍ପାଦିକା ତୃପ୍ତି ପଣ୍ଡା ବିବରଣୀ ପାଠ କରିଥିଲେ । ଅନୁଷ୍ଠାନର ମୁଖପାତ୍ର ବିଶ୍ୱନୟନ ଉନ୍ମୋଚିତ ହୋଇଥିଲା ବେଳେ ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କ ପୁସ୍ତକ ମା ବୈଷ୍ଣବଦେବି ଉନ୍ମୋଚନ କରାଯାଇଥିଲା । ଲେଖକ ସାମ୍ମୁଖ୍ୟ ଫୁଲବାଣୀର ଏ ସମସ୍ତ ସଦସ୍ୟମାନଙ୍କର ସମର୍ଦ୍ଧନା ପାଇଁ ସଭାପତି ରବୀନ୍ଦ୍ର ନାଥ ମିଶ୍ର ଓ ସମ୍ପାଦକ ବନବିହାରୀ ନନ୍ଦ ସହ ବହୁ ସାହିତ୍ୟିକମାନେ ଶୁଭେଚ୍ଛା ଜଣାଇଛନ୍ତି । ପ୍ରେସ କ୍ଲବ ସଭାପତି ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ, ସମ୍ପାଦକ ପ୍ରଶାନ୍ତ କୁମାର ବେହେରା, ଓ ଆଇନଜିବୀ ତଥା ସାମ୍ବାଦିକ ଆଦିତ୍ୟ ପ୍ରସାଦ ତ୍ରିପାଠୀ ମଧ୍ଯ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ।
