ମହୁମାଛି ଆକ୍ରମଣରେ ମହିଳାଙ୍କ ମୃତ୍ୟୁ
ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ଅନ୍ତର୍ଗତ ଶିମିଳିବାଞ୍ଛା ପଞ୍ଚାୟତ ଗୋରଖପାଲ୍ଲୀ ଗ୍ରାମରେ ମହୁମାଛି ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଗୋରଖପାଲ୍ଲୀ ଗ୍ରାମର ଗାଙ୍ଗି ପଦିଆ ନାମକ ମହିଳା ଗତକାଲି ଅପରାହ୍ନରେ ଗ୍ରାମ ନିକଟସ୍ଥ ଜଙ୍ଗଲକୁ ଯାଇଥିବାବେଳେ ହଠାତ ତାଙ୍କୁ ମହୁମାଛି ଆକ୍ରମଣ କରିଥିଲା । ମହୁମାଛି ଆକ୍ରମଣରୁ ନିଜ ଜୀବନ ବଞ୍ଚାଇ ସେ ଘରକୁ ଫେରିଥିଲେ । ହେଲେ ରାତ୍ରରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବା ଦେହ ଫୁଲି ଯିବାରୁ ପରିବାର ଲୋକେ ପଡିଆ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ଗାଙ୍ଗି ର ଅବସ୍ଥା ସଂକଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ଆଜି ଚିକିତ୍ସାଧିନ ଅବସ୍ଥାରେ ଗାଙ୍ଗିଙ୍କ ମୃତ୍ୟୁ ଘଟିଛି ।
