ଦରଦାମ୍ ବୃଦ୍ଧି ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳା ବିକ୍ଷୋଭ
କଟକ : ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି କଟକ ଜିଲ୍ଲା କମିଟି ପକ୍ଷରୁ ଜନସାଧାରଣ ତଥା ମହିଳାମାନଙ୍କର ଜରୁରୀ ସମସ୍ୟା ସମାଧାନ ପାଇଁ ଆଜି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସଂଗଠନର ରାଜ୍ୟ ନେତ୍ରୀ ମିନତୀ ପାଣିଗ୍ରାହୀ, ଜିଲ୍ଲା ସଂପାଦିକା ବୁଲି ସାହୁ, ମମତା ସାହୁଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କୁ ଏକ ୬ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା । ନିତିଦିନିଆ ଜିନିଷପତ୍ର ବିଶେଷକରି ଖାଦ୍ୟ ସାମଗ୍ରୀ, ରନ୍ଧନ ଗ୍ୟାସ୍, ପେଟ୍ରୋଲ ଓ ଡିଜେଲ ଦର ନିୟନ୍ତ୍ରଣ କରାଯିବା, ପ୍ରତ୍ୟେକ ପରିବାରକୁ ମାସିକ ମୁଣ୍ଡପିଛା ୧୫ କିଲୋ ଚାଉଳ ବା ଗହମ ସାଧାରଣ ବଣ୍ଟନ ଜରିଆରେ ପ୍ରଦାନ କରାଯିବା, ବିଭିନ୍ନ ଦପ୍ତରରେ ବର୍ଷ ବର୍ଷ ନ ଧରି ଖାଲି ପଡିଥିବା ପଦବୀରେ ସ୍ଥାୟୀ ନିଯୁକ୍ତି ଓ ଗ୍ରାମାଂଚଳ ପରି ସହରାଂଚଳରେ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଚାଲୁ କରାଯିବା, ମାଇକ୍ରୋ ଫାଇନାନ୍ସ ଋଣ ଉପରେ ସୁଧ ହ୍ରାସ ସହ ସୁଧ ଆଦାୟରେ ଜୁଲୁମ୍ ବନ୍ଦ କରାଯିବା, ବସ୍ତି ବାସିନ୍ଦାଙ୍କୁ ବାସଗୃହ ପାଇଁ ଜମି ପଟ୍ଟା ଦିଆଯିବା, ମହିଳାଙ୍କ ଉପରେ ବଢିଚାଲିଥିବା ନିର୍ଯାତନା ଓ ଆକ୍ରମଣ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଲାଗି ଦାବି କରାଯାଇଛି । ଏହି ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରୟେ ନନ୍ଦିନୀ ନାୟକ, ନନ୍ଦିତା ନାୟକ, ସାରଦା ନାୟକ, ଶକୁନ୍ତଳା ନାୟକ, କାମିନୀ ରାଉଳ ପ୍ରମୁଖ ସାମିଲ ଥିଲେ ।
