୫୨ ଓ ୫୩ ନଂ ୱାର୍ଡରେ ସଫେଇ କାର୍ଯ୍ୟ
କଟକ : କଟକ ମହାନଗର ନିଗମର ବିଭିନ୍ନ ୱାର୍ଡର ସଫେଇ କାର୍ଯ୍ୟର ଠିକାଦାରୀକୁ ନେଇ ବହୁ ବାଦ ବିବାଦ ଦେଖା ଦେଇଥିଲା । ସମସ୍ତ ବାଦ ବିବାଦକୁ ଦୂର କରି ପ୍ରଶାସନ ପକ୍ଷରୁ ତିନୋଟି ସଂସ୍ଥାକୁ ଏହି ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ସେଥିମଧ୍ୟରୁ ୫୨ ଓ ୫୩ ନଂ ୱାର୍ଡର କର୍ପୋରେଟର ସୌଭାଗିନୀ ଜେନା ଓ ଅରବିନ୍ଦ ଜେନାଙ୍କ ନେତୃତ୍ୱରେ ରେଡକ୍ରସ ଖେଳ ପଡିଆ ଏବଂ ପ୍ରମିଳା ମଣ୍ଡପ ସମ୍ମୁଖରେ ନୂତନ ଭାବେ ଜାଗୃତି ନାମକ ସଂସ୍ଥା ଦ୍ୱାରା ୱାର୍ଡର ସଫେଇ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି । ଏହି ଶୁଭ ଉଦଘାଟନୀ ଅବସରରେ କଟକ ସିଏମସି ମେୟର ସୁବାସ ସିଂହ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିଏମସି ଡେପୁଟି ମେୟର ଦମୟନ୍ତୀ ମାଝୀ, ସିଏମସି ୱାର୍କ୍ସର୍ କମିଟିର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଖୁଂଟିଆ, ୫୨ନଂ ୱାର୍ଡ ସଭାପତି ବିନୟ କେତନ ଚୌଧୁରୀ, ୫୩ନଂ ୱାର୍ଡ ସଭାପତି ସାରଙ୍ଗପାଣି ଷଡଙ୍ଗୀ, ବରିଷ୍ଠ ମୁରବୀ ମନିନ୍ଦ୍ର ଗୋଚ୍ଛାୟତ, ରଜନୀକାନ୍ତ ପରିଜା, ଡଃ ବ୍ୟୋମକେଶ କାନୁନଗୋ, ବିଦୁଲତା ସ୍ୱାଇଁ, ଜାଗୃତି ସଂସ୍ଥାର କଟକ ମୁଖ୍ୟ ଆଲୋକ ମହାନ୍ତି, ସାନିଟାରୀ ଅଧିକାରୀ ସରୋଜ କୁମାର ମହାରଣା, ମେଟ୍ ଅମୁଲ୍ୟ କୁମାର ପଣ୍ଡାଙ୍କ ସମେତ ସ୍ୱଚ୍ଛସାଥୀମାନେ ଉପସ୍ଥିତ ଥିଲେ ।
