ବାଲିଆପାଳ ସାରସ୍ୱତ ସହର ଅଭିଯାନ କମିଟିର ସାହିତ୍ୟ ସଭା
ବାଲିଆପାଳ : ବାଲିଆପାଳ ସାରସ୍ୱତ ସହର ଅଭିଯାନ କମିଟି ପକ୍ଷରୁ ରବିବାର ଚୌମୁଖ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷରେ ସାହିତ୍ୟ ସଭା ଅନୁଷ୍ଠିତ ହୋଇ ଯାଇଛି।ଅଭିଯାନ କମିଟିର ଆବାହକ ଅଧ୍ୟାପକ ଡ଼ଃ ସୁକାନ୍ତ ଗିରି ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସଭାରେ ବାଲିଆପାଳ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ରାଜେଶ ଚୌଧୁରୀ , ବର୍ଷିୟାନ ସଙ୍ଗୀତ ନିର୍ଦ୍ଦେଶକ ସଦାନନ୍ଦ ଦାସ , କବି ପୂର୍ଣ୍ଣଇନ୍ଦୁ ନାରାୟଣ ହାଜରା,ପୂର୍ବତନ ଡ଼ି ଆଇ ସୁବାସ ଚୌଧୁରୀ ପ୍ରମୁଖ ନିମନ୍ତ୍ରିତ ଅତିଥି ଭାବରେ ଯୋଗ ଦେଇ ସାହିତ୍ୟ ନ ରହିଲେ ସମାଜ ରହିବ ନାହିଁ ବୋଲି କହିଥିଲେ।ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଅଧ୍ୟାପକ ଵୀର ମାଧବ ଦାସ, ଗାୟକ ତଥା କବି ରାମ କୃଷ୍ଣ ଦାସ ଅଧିକାରୀ, ନାଟ୍ୟକାର ରବୀନ୍ଦ୍ର କୁମାର ଦତ୍ତ, ସାମ୍ବାଦିକ ସୁବଳ ଚନ୍ଦ୍ର ଦାସ ,ରବି ରଞ୍ଜନ ତ୍ରିପାଠୀ, ବର୍ଷିୟାନ କବି ସୁରେନ୍ଦ୍ର କୁମାର ପରିଡା ,ବ୍ୟଙ୍ଗ କବି ମନ୍ମଥ କୁମାର ମଣ୍ଡଳ ,ବିନୋଦ ବିହାରୀ କର ,କବୟିତ୍ରୀ କାବେରୀ ବାରିକ ପ୍ରମୁଖ ଆଲୋଚନା ଓ କବିତା ପାଠ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।ଶବ୍ଦ କୁଞ୍ଜର ପ୍ରତିଷ୍ଠାତା କାର୍ତ୍ତିକ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।
