ସିଏମସିର ଅଭିଯୋଗ ସମାଧାନ ସଭା
କଟକ : କଟକ ମହାନଗର ନିଗମ(ସିଏମସି) ପକ୍ଷରୁ ବିଜୁ ଭବନସ୍ଥିତ କାର୍ଯ୍ୟାଳୟରେ ଏକ ଅଭିଯୋଗ ସମାଧାନ ସଭା ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଅଭିଯୋଗର ପ୍ରତିକାର ନେଇ ସଭାରେ ଶୁଣାଣି କରାଯାଇଥିଲା । ସିଏମସି କମିଶନର ନିଖିଲ ପୱନ କଲ୍ୟାଣ ଏଥିରେ ଅଧ୍ୟକ୍ଷତା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୋଟ ୨୧ଟି ଅଭିଯୋଗ ଶୁଣାଣି କରାଯାଇଥିଲା । ସେଥିମଧ୍ୟରେ ସିଏମସି ସଂପର୍କିତ ୧୯ଟି ଅଭିଯୋଗ ରହିଥିଲା ବେଳେ ଜାଇକାର ଗୋଟିଏ ଓ ଅନ୍ୟଟି ସିଡିଏ ସମ୍ବନ୍ଧିତ । ୫ଟି ଜମିବାଡି, ଗୋଟିଏ ପରିମଳ, ୪ଟି ଇଂଜିନିୟର, ୩ଟି ଏନଫୋର୍ସମେଣ୍ଟ, ୨ଟି ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏବଂ୬ଟି ଅନ୍ୟ ସମ୍ବନ୍ଧିତ ବୋଲି ନିଗମ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି । ଅନୁଷ୍ଠିତ ସଭାରେ ଡେପୁଟି କମିଶନର, ସହକାରୀ ପ୍ଲାନିଂ ଅଫିସର, ବସ୍ତି ଉନ୍ନୟନ ଅଧିକାରୀ, ସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
