ପ୍ରମୁଖ ସଚିବ ଡ଼କ୍ଟର ଅରବିନ୍ଦ ପାଢ଼ୀଙ୍କ ଦିନିକିଆ ମୟୁରଭଞ୍ଜ ଗସ୍ତ
ବାରିପଦା : ଆଜି କୃଷି ଓ କୃଷକ ସାଶକ୍ତିକରଣ ବିଭାଗ ପ୍ରମୁଖ ସଚିବ ଡ଼କ୍ଟର ଅରବିନ୍ଦ କୁମାର ପାଢ଼ୀ ଏବଂ ଚଳଚିତ୍ର ନିର୍ମାତା ମିଷ୍ଟର ରିକି କେଜ ଓ ତାଙ୍କ ଟିମ ଭୁବନେଶ୍ୱର ରୁ ହାଲିକ୍ୟାପ୍ଟର ଯୋଗେ ଆସି ବାରିପଦା ଠାରେ ପହଂଚିବା ପରେ ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜ ଏବଂ ଅନ୍ୟାନ୍ୟ ଜଲ୍ଲା ସ୍ତରୀୟ ଅଧିକାରୀ ତାଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ । ଏହି ଅବସରରେ ସେ ମିଲେଟ ମିଶନର ଅଗ୍ରଗତି ସମ୍ପର୍କ ରେ ସମୀକ୍ଷା କରିବା ସହିତ ବାଙ୍ଗରିପୋଷୀ ବ୍ଲକର ସିମଳା ଠାରେ ସିମଳେଶ୍ୱର ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା ମାଣ୍ଡିଆ ରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ଦ୍ରବ୍ୟ ଦୋକାନ ପରିଦର୍ଶନ କରି ସେମାନଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଏହା ପରେ ଅଁଳାଯୋଡି ଗ୍ରାମକୁ ଯାଇ ମାଣ୍ଡିଆ ଚାଷୀ ମାନଙ୍କୁ ଭେଟି ସେମାନଙ୍କ ସହିତ ଆଲୋଚନା କରିବା ସହିତ ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ପାଇଁ ସରକାରଙ୍କ ଯୋଜନା ବିଷୟରେ ଚାଷୀମାନଙ୍କୁ ଅବଗତ କରାଇ ଥିଲେ । ଏହାପରେ ଦିଗୀ ପଂଚାୟତ ର ଦରକଂଟିଆ ଗ୍ରାମ ଏବଂ ନିଶ୍ଚିତା ପଂଚାୟତ ର ଦୋଷୀଶୋଳ ଗ୍ରାମ ପରିଦର୍ଶନ କରିବା ସହିତ ଧାନ କ୍ଷେତ ବୁଲି ଦେଖି ଥିଲେ । ଡ଼କ୍ଟର ପାଢ଼ୀ ଙ୍କ ଉକ୍ତ ଗସ୍ତ କାର୍ଯ୍ୟକ୍ରମ ଅବସରରେ ତାଙ୍କ ସହିତ ଆସିଥିବା ନିର୍ମାତା ମି. ରିକି କେଜ ଓ ତାଙ୍କ ଟିମ ଆସନ୍ତା ବର୍ଷ ପାଳନ ହେବାକୁ ଯାଉଥିବା ଅନ୍ତର୍ଜାତୀୟ ମିଲେଟ ବର୍ଷ ପାଇଁ ଏକ ଉଚ୍ଚ କୋଟିର ଭିଡ଼ିଓ ମ୍ୟୁଜିକ ପ୍ରସ୍ତୁତ ପାଇଁ ବିଭିନ୍ନ ସ୍ଥାନରୁ ଫୋଟ ଚିତ୍ର ସମେତ ପାରମ୍ପରିକ ଆଦିବାସୀ ସମ୍ପ୍ରଦାୟର ନୃତ୍ୟ, ଗୀତ ଓ ସଂସ୍କୃତି ଆଦିର ଭିଡ଼ିଓ ସୁଟିଂ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପ୍ରମୁଖ ସଚିବ ଙ୍କ ସହିତ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଅତିରିକ୍ତ ଜିଲ୍ଲପାଳ ରୁଦନାରାୟଣ ମହାନ୍ତି, ଜିଲ୍ଲା ପରିଷଦ ସି. ଡି. ଓ. ଇ. ଓ. ଦୌଲତ ଚନ୍ଦ୍ରକାର, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ସୁଜୟ କୁମାର ପତି, ବାଙ୍ଗରିପୋଷୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସତ୍ୟବାନ ନାୟକ, ଜିଲ୍ଲା କୃଷି ଅଧିକାରୀ ପ୍ରମୁଖ ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ଏହି ଗସ୍ତ କାର୍ଯ୍ୟକ୍ରମ ପରେ ପ୍ରମୁଖ ସଚିବ ଡ଼କ୍ଟର ପାଢ଼ୀ ଜିଲ୍ଲାର ଜିଲ୍ଲପାଳ ତଥା ଅନ୍ୟାନ୍ୟ ସମସ୍ତ ପଦାଧିକାରୀ ମାନଙ୍କୁ ଆଜିର କାର୍ଯ୍ୟକ୍ରମର ସଫଳତା ପାଇଁ ଧନ୍ୟବାଦ ଜଣାଇ ଥିଲେ ଏବଂ ପରେ ପରେ ଅପରାହ୍ନ ରେ ଭୂନେଶ୍ୱର ପ୍ରତ୍ୟାବର୍ତନ କରିଥିଲେ I
