କଂଗ୍ରେସ ସଂଚାଳନ କମିଟି ବୈଠକ ଉତରଦାୟିତ୍ୱ ଉପରେ ଜୋର ଦେଲେ କଂଗ୍ରେସ ସଭାପତି ଖଡ଼ଗେ
ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ େ ରବିବାର ଦିନ ନଗବଠିତ ସଂଚାଳନ କମିଟିର ପ୍ରଥମ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଏହି ବୈଠକରେ ଖଡ଼ଗେ ଦଳର ଉପରୁ ତଳ ପର୍ଯ୍ୟନ୍ତ ସଂଗଠନରେ ଉତରଦାୟିତ୍ୱ ସ୍ଥିର କରିବାକୁ ଗୁରୁତ୍ୱାରୋପ କରିଛନ୍ତି ଏବଂ କହିଛନ୍ତି ଯେ, ଦାୟିତ୍ୱ ପୂରଣକରିବାରେ ଅସମର୍ଥ ନେତାମାନେ ନୂତନ ସାଥିମାନଙ୍କୁ ସୁଯୋଗ ଦେବା ଉଚିତ । ଖଡ଼ଗେ କହିଛନ୍ତି ଯେ, ଯଦି କଂଗ୍ରେସ ସଂଗଠନ ଦୃଢ଼, ଉତରଦାୟୀ, ଲୋକଙ୍କ ଆଶା ପୂରଣ କରେ, ତେବେ ଆମେ କେବଳ ନିର୍ବାଚନରେ ଜିତି ଦେଶର ଲୋକଙ୍କ ସେବା କରିପାରିବୁ । କଂଗ୍ରେସ ଅଧ୍ୟକ୍ଷ ଖଡ଼ଗେ ରବିବାର ଦିନ ତାଙ୍କ ଦ୍ୱାରା ଗଠିତ ପରିଚାଳଚନା କମିଟି ର ପ୍ରଥମ ବୈଠକ ଥିଲା । ଏହି ବୈଠକରେ ପାଟିର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ସମେତ ବଡ଼ ବଡ଼ ନେତାମାନେ ଉପସ୍ଥିତ ଥିଲେ ।
