ଦୀନବନ୍ଧୁ ସାହୁ ଆଇନ ମହା ବିଦ୍ୟାଳୟରେ ରାଜ୍ୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା
କେନ୍ଦ୍ରାପଡ଼ା : ଜିଲ୍ଲା ସୁରକ୍ଷା ଶାଖା ଓ ରାଜ୍ୟ ଶିଶୁ କଲ୍ୟାଣ ପରିଷଦ ମିଳିତ ଆନୁକୂଲ୍ୟରେ ଏକ ରାଜ୍ୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଦୀନବନ୍ଧୁ ସାହୁ ଆଇନ ମହା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଆୟୋଜିତ ଏହି ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରାୟ ୨୦୦ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ପ୍ରତିଯୋଗୀ ମାନଙ୍କୁ ୫ଟି ବର୍ଗରେ ରଖାଯାଇ ଥିଲା । ଜିଲ୍ଲା ଶିଶୁ ସୁରକ୍ଷା ଶାଖାର ପରାମର୍ଶ ଦାତ୍ରୀ କନକଲତା ବେହେରା ନୋଡାଲ ଅଫିସର ଭାବେ ଯୋଗ ଦେଇଥିଲେ । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ (ସାଧାରଣ) ଏବଂ ଅତିରିକ୍ତ ଜିଲ୍ଲାପାଳ ଦୁର୍ଗା ପ୍ରସାଦ ମହାରଣା(ରାଜସ୍ୱ) ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଭଗବତୀ ପ୍ରସାଦ ଦାସ, ଅଧ୍ୟକ୍ଷା ନଳିତାଞ୍ଜଳୀ ଦାସ, ପୂର୍ଣ୍ଣଚନ୍ଦ୍ର ମଳିକ, ବିବେକାନନ୍ଦ ଅଟବୁଦ୍ଧି, ରେସ୍ୱାର ମିନତୀ ମହାରଣା, ପଲ୍ଲିଶ୍ରୀର ଶ୍ରିକାନ୍ତ ନାୟକ, ବିଶ୍ୱଜିତ ପରିଡା, ଅନନ୍ତ କିଶୋର ବେହେରା, ଉଷାରାଣୀ ବେହେରା, ଶୁଭଲିସ୍ପା ବାରିକ ପ୍ରମୁଖ ସଦସ୍ୟ ମାନେ ସହଯୋଗ କରିଥିଲେ ।
