୬୦ ରାଜପଥରେ କୋଇଲା ଟ୍ରକ୍ ଦୁର୍ଘଟଣା : ୩ ଗୁରୁତର
ଜଳେଶ୍ୱର : ୬୦ନଂ ଜାତୀୟ ରାଜପଥରେ ଏକ କୋଇଲା ବୋଝେଇ ଟ୍ରକ୍ ଗତ ରାତ୍ରୀରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଟ୍ରକ୍ ଡବ୍ଲୁବି୩୩ସି-୧୯୬୫ ମଂଗୁଳିରୁ ପଶ୍ଚିମବଂଗର ଶାଳବଣିକୁ ଯାଉଥିବା ବେଳେ ଜଳେଶ୍ୱର ଥାନା ଅନ୍ତର୍ଗତ ନନ୍ଦିକା ଗ୍ରାମ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ ନୟନଯୋରୀକୁ ଓଲିଟି ପଡିଛି । ଫଳରେ ଡ୍ରାଇଭର, ହେଲପର ଓ ଅନ୍ୟଜଣେ ସହାୟକ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଜଣାଯାଇଛି । ଘଟଣାସ୍ଥଳରେ ଜଳେଶ୍ୱର ପୁଲିସ୍ ପହଞ୍ଚି ତଦନ୍ତ ଅବ୍ୟାହତ ରଖିଛି ।
