ଶ୍ରୀମନ୍ଦିର ଫଟୋ ଭାଇରାଲ ଘଟଣା କ୍ଷମା ମାଗିଲେ ୟୁଟୁବର
ପୁରୀ : ଶ୍ରୀମନ୍ଦିର ଫଟୋକୁ ଡ୍ରୋନ୍ କ୍ୟାମେରାରେ ଉଠାଇ ୟୁଟୁବ୍ରେ ଭାଇରାଲ କରିଥିବା ଯୁବକ ଜଣକ ଆଜି ସାମାଜିକ ଗଣମାଧ୍ୟମ ଜରିଆରେ ଭୁଲ୍ ସ୍ୱୀକାର କରିଥିôବା ଜଣାପଡ଼ିଛି । ଶ୍ରୀମନ୍ଦିର ଉପରେ ଡ୍ରୋନ୍ କ୍ୟାମେରା ଉଡାଇ ଫଟୋ ସଂଗ୍ରହ କରିବା ପରେ ଏହାକୁ ୟୁଟୁବ୍ ଚାନେଲରେ ଛଡ଼ାଯାଇଥିଲା । ଯାହାକୁ ନେଇ ଶ୍ରୀମନ୍ଦିରର ସୁରକ୍ଷା ଓ ଭକ୍ତମାନଙ୍କ ମନରେ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ଏ ସଂପର୍କରେ ଶ୍ରୀଜଗନ୍ନାଥ ଐତିହ୍ୟ ଓ ସାଂସ୍କୃତି ପରିଷଦ ଓ ଭଏସ୍ ଅଫ୍ କମନମ୍ୟାନ୍ ପକ୍ଷରୁ ଶ୍ରୀମନ୍ଦିର ଥାନାରେ ଏତଲା ଦାଏର ହୋଇଥିଲା । ଏହା ଜାଣିପାରି ଭାଇରାଲ କରିଥିବା ଯୁବକ କଲିକତା ଅନିମେଷ ଚକ୍ରବତ୍ତୟୀ ଭୁଲ୍ ସ୍ୱୀକାର କରିଛନ୍ତି । ଏହି ଫଟୋରେ ନୀଳଚକ୍ର ଧ୍ୱଜାବନ୍ଧା, ବିମଳା ମନ୍ଦିର, ନାଟ ମଣ୍ଡପ, ଜଗମୋହନ ଆଦି ଅଂଚଳ ସ୍ପଷ୍ଟ ଭାବେ ଦୃଶ୍ୟମାନ ହୋଇଛି । ଯାହା ଶ୍ରୀମନ୍ଦିର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି । ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ନୋ ଫ୍ଲାଇଙ୍ଗ ଜୋନ୍ ଘୋଷଣା ହୋଇଥିଲେ କିପରି ବାରମ୍ବାର ଡ୍ରୋନ୍ କ୍ୟାମେରା ଉଡ଼ାଯାଉଛି ତାକୁ ନେଇ ଭକ୍ତଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । ଏଥିପାଇଁ କିଏ ଅନୁମତି ଦେଲା ତାଙ୍କ ସହିତ ଆଉ କେଉଁ ବ୍ୟକ୍ତି ସଂପୃକ୍ତ ଅଛନ୍ତି ପୋଲିସ୍ ଜାଣିଥିଲା କି ନାହିଁ, ଡ୍ରୋନ୍ ଉଡ଼ିବା ସମୟରେ କେହି କିପରି ଦେଖିପାରିଲେ ନାହିଁ ତାକୁ ନେଇ ଭକ୍ତ ଚିନ୍ତା ପ୍ରକଟ କରିଛନ୍ତି । ଶ୍ରୀମନ୍ଦିର ସୁରକ୍ଷା ପାଇଁ ସୁରକ୍ଷା ଜୋନ୍ ହୋଇଥିଲେ ମଧ୍ୟ ପୋଲିସ୍ ଆଖିରେ ଜଣେ ବାଂଗଲା ଦେଶୀ ଯୁବକ ରତ୍ନସିଂହାସନର ଫଟୋ କିଛିଦିନ ତଳେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା । ଏହି ଘଟଣା ପରେ ପୁରୀ ଏସ୍.ପି. କେ. ବିଶାଲ ସିଂ କୌଣସି ପୋଲିସ୍ ବିନା ଅନୁମତିରେ ସ୍ମାର୍ଟ ଫୋନ୍ ନେଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ । ଶ୍ରୀମନ୍ଦିରର ସମସ୍ତ ଅଂଶକୁ ଫଟୋ ଉଠାଇ ଥିବାରୁ ଏହା ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି ବୋଲି ଆଲୋଚନା ହେଉଛି I
