ତୁଳସୀ ମହିଳା ମହା ବିଦ୍ୟାଳୟରେ ସଂସ୍କୃତ ବିଭାଗର ସ୍ୱାଗତ ଉତ୍ସବ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଗୋପ ସ୍ଥିତ ତୁଳସୀ ମହିଳା ମହା ବିଦ୍ୟାଳୟରେ ସଂସ୍କୃତ ବିଭାଗ ତରଫରୁ ପ୍ରଥମ ବାର୍ଷିକ ଛାତ୍ରୀଙ୍କ ନିମନ୍ତେ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଉତ୍ସବରେ ମହା ବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ପ୍ରମିଳାରାଣୀ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ନୂତନ ଛାତ୍ରୀ ମାନଙ୍କୁ ମହା ବିଦ୍ୟାଳୟର ନୀତି ନିୟମ ବିଷୟରେ ବୁଝାଇ ଥିଲେ । ସଂସ୍କୃତ ବିଭାଗର ମୁଖ୍ୟ ଅଧ୍ୟାପିକା ଡ଼ଃ ପଦ୍ମଜା କବି ଶତପଥୀ ସମସ୍ତ ଛାତ୍ରୀ ମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ । ଅଧ୍ୟାପକ ପ୍ରମୋଦ କୁମାର ବେହେରା ଓ ସୈାମ୍ୟକାନ୍ତି ମିତାଶ୍ରୀ ସହଯୋଗ କରିଥିବା ବେଳେ +୩ ବିଦ୍ୟାଳୟର ଛାତ୍ରୀ ଅନୁରାଧା ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।
