ଗଛରେ ପିଟିଲା କାର୍ : ୪ ମୃତ, ଜଣେ ଗୁରୁତର
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ଥାନା ଅନ୍ତର୍ଗତ ସରାଗୁଡ଼ା ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟିଲା କାର୍ । ଫଳରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ଜଣେ ଗୁରୁତର ହୋଇଛନ୍ତି । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଏମାନେ କାର୍ ଯୋଗେ ଉମରକୋଟରୁ ନବରଙ୍ଗପୁର ଫେରିବା ବେଳେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଅନ୍ୟ ଦୁଇ ଜଣଙ୍କୁ କୋରାପୁଟ ମେଡ଼ିକାଲରେ ଭର୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଅନ୍ୟ ଜଣକର ମୃତ୍ୟୁ ଘଟିଛି । ଫଳରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ଖବର ପାଇ ଡାବୁଗାଁ ପୁଲିସ ଘଟଣାସ୍ଥଳରେ ପହଂଚି ମୃତକ ମାନଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଦୁର୍ଘଟଣାଗ୍ରସ୍ତ କାର୍ କୁ ଜବତ କରିବା ସହ ଏନେଇ ଅଧିକ ତଦନ୍ତ ଚଳାଇଛି ।
