କେନ୍ଦୁଝରରେ ଜିଲ୍ଲା ସ୍ତରୀୟ ଅନ୍ତର୍ନିବେଶି ସାଧନ କେନ୍ଦ୍ର ଉଦଘାଟିତ
କେନ୍ଦୁଝର : ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ୨୦୨୨ ପାଳନ ଅବସରରେ ଜିଲ୍ଲା ପ୍ରକଳ୍ପ କାର୍ଯାଳୟ , ସମଗ୍ରଶିକ୍ଷା , କେନ୍ଦୁଝର ପରିସରରେ ଜିଲ୍ଲାସ୍ତରୀୟ ଅନ୍ତର୍ନିବେଶୀ ସାଧନ କେନ୍ଦ୍ର, ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶିଷ ଠାକରେ ମହୋଦୟଙ୍କ କରକମଳରେ ଉଦଘାଟିତ ହୋଇଯାଇଅଛି । ଏହି ଅବସରରେ ଆୟୋଜିତ ସାଧାରଣ ସଭାରେ ଜିଲ୍ଲା ଶିକ୍ଷାଧିକାରୀ-ତଥା-ଜିଲ୍ଲା ପ୍ରକଳ୍ପ ସଂଯୋଜକ ପୂର୍ଣଚନ୍ଦ୍ର ସେଠୀ ପୌରହିତ୍ୱ କରିଥିଲେ । ସମ୍ମାନିତ ଅତିଥି ଭାବେ ସଦର ବ୍ଲକ ମଣ୍ଡଳ ଶିକ୍ଷାଧିକାରୀ କ୍ଷେତ୍ରମୋହନ ହାଁସଦା ଯୋଗଦାନ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଅଧ୍ୟୟନରତ ୧୭ ଜଣ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କୁ ସ୍ମାର୍ଟ ଫୋନ ଓ ୭ ଜଣ ଶ୍ରବଣ ବାଧିତ ଛାତ୍ରଛାତ୍ରୀଙ୍କୁ ଶ୍ରବଣ ଯନ୍ତ୍ର ବଣ୍ଟନ କରିଥିଲେ । ସଦର ବ୍ଲକ ଶିକ୍ଷାଧିକାରୀଙ୍କ ଦ୍ୱାରା ଆୟୋଜିତ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଯଥା ଚିତ୍ରାଙ୍କନ , ବକ୍ତୃତା , ଦୌଡ ଓ ପୁଚି ପ୍ରଭୃତିରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରଯାଇଥିଲା । ସଭାରେ ଜିଲ୍ଲା ଅନ୍ତର୍ନିବେଶି ଶିକ୍ଷା ସଂଯୋଜକ ପୀତବାସ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ପ୍ରାୟ ୨୫୦ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ ତଥା ଅଭିଭାକ ଯୋଗଦାନ କରିଥିଲେ । ଏହି କାର୍ଯକ୍ରମକୁ ଶୁକଦେବ ପାଢୀ , ମମତା ମିଶ୍ର , ମୁରଲୀଧର ପଲାଇ (ବିଆରଟି), ଶାନ୍ତନୁ ପରେଲ (ସାଇଟସେଭର କର୍ମକର୍ତା) ପରିଚାଳନା କରିଥିଲେ । କାର୍ଯକ୍ରମର ସଫଳ ରୂପାୟନରେ ମାନସ ମିଶ୍ର (ବିଆରସିସି ସଦର) ଓ ଦୁର୍ଗାପ୍ରସନ୍ନ ଲାୟକ (ଆଦିବାସୀ ସଂଯୋଜକ, ସମଗ୍ରଶିକ୍ଷା) ତଥା ଜିଲ୍ଲାପ୍ରକଳ୍ପ କାର୍ଯାଳୟ , ସମଗ୍ରଶିକ୍ଷା , କେନ୍ଦୁଝରର ସମସ୍ତ କର୍ମଚାରୀ ଯଥା, କୃଷ୍ଣ ଚନ୍ଦ୍ର ସାହୁ , ପ୍ରଫୁଲ୍ଲ ସେଠୀ , ସଦାଶିବ ସାହୁ , ତାପସ ସାମଲ , ସୋନାଲୀ ସୁଗାମିନୀ , ପ୍ରଜ୍ଞା ପରମିତା ସାହୁ , ସତ୍ୟନାରାୟଣ ମହାନ୍ତ , ସତ୍ୟ ନାରାୟଣ ସାହୁ , ଲୋପାମୁଦ୍ରା ଚକ୍ର, ଆଶିଷ କୁମାର ପତି , କମଳାକାନ୍ତ ଜେନା , ତ୍ରିଲୋଚନ ମଲିକ ଓ ସୁନିଲ କୁମାର ବେଜ ସହଯୋଗ କରିଥିଲେ । ଶେଷରେ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସଂସ୍କୃତିକ କର୍ଯକ୍ରମ ଅନୁଷ୍ଠିତ ହୋଇଥିଲା ।
