ସାତ ସାହି କଟକ ନୃତ୍ୟୋତ୍ସବ ପ୍ରସ୍ତୁତି ବୈଠକ
କଟକ : ସାତ ସାହି କଟକ ନୃତ୍ୟୋତ୍ସବର ଏକ ପ୍ରସ୍ତୁତି ବୈଠକ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ମେୟର ସୁବାସ ସିଂହ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ, ସିଏମସିର ପୂର୍ବତନ କମିଶନର, ଜିଲ୍ଲା ସଂସ୍କୃତି ଅଧିକାରୀ, ଅନୁଷ୍ଠାନର ସଂପାଦକ ଓ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ । ସାତସାହି କଟକ ନୃତ୍ୟ ଉତ୍ସବ କିପରି ସୂଚାରୁ ରୂପେ ସଂପାଦନ କରାଯାଇପାରିବ ତାହା ଉପରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା ।
