କଳାହାଣ୍ଡି ଜିଲ୍ଲାରେ ନିରନ୍ତର ବିକାଶ ଲକ୍ଷ୍ୟ ନେଇ ୨ ଦିନିଆ କର୍ମଶାଳା
ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟ ।ଳୟ (ଡ଼ିପିଏମୟୁ) କଳାହାଣ୍ଡିର ମିଳିତ ଆନୁକୁଲ୍ୟରେ ଓଡିଶାର ନିରନ୍ତର ବିକାଶ ଲକ୍ଷରେ ୨୦୩୦ କାର୍ଯ୍ୟସୂଚିର ରୂପାୟନ ବିଷୟ ବସ୍ତୁ ନେଇ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ପି. ଅନ୍ୱେଷା ରେଡ୍ଡୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ଶିବିରରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ପାୱାର ସଚିନ ପ୍ରକାଶ, ରାଜ୍ୟ ଯୋଜନା ଏବଂ ସଂଯୋଜନା ବିଭାଗର ସହ ନିର୍ଦ୍ଧେଶିକା ଅଳକା ଜେନା, ଡ଼ିପିଏମୟୁ ଉପ ନିର୍ଦ୍ଧେଶକ ଶ୍ରୀକାନ୍ତ ଦଳେଇ ମଂଚାସୀନ ଥିଲେ । ଏହି ଅବସରରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ କଳାହାଣ୍ଡି ଜିଲ୍ଲାର ନିରନ୍ତର ବିକାଶ ଲକ୍ଷରେ ୨୦୩୦ କାର୍ଯ୍ୟସୂଚିର ସଫଳ ରୂପାୟନ ପାଇଁ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ ମାନଙ୍କର ଭାଗୀଦାରୀ ଏକାନ୍ତ ଆବଶ୍ୟକ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଏଥିସହ ପଂଚାୟତ ସ୍ତରରେ ଗ୍ରାମପଂଚାୟତ ଉନ୍ନୟନ ଯୋଜନା କରିବା ସମୟରେ ନିରନ୍ତର ବିକାଶ ଲକ୍ଷ୍ୟର (ଏସ.ଡ଼ି.ଜି) ୧୭ ଟି ଲକ୍ଷ, ୯ ଟି ବିଷୟ ବସ୍ତୁକୁ ଆଖି ଆଗରେ ରଖି ଯୋଜନା ପ୍ରସ୍ତୁତ କରିବା ପାଇଁ କହିଥିଲେ । ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ତଥା କଳାହାଣ୍ଡି ଜିଲ୍ଲା ଏସଡିଜି ନୋଡାଲ ଅଧିକାରୀ ପାୱାର ସଚିନ ପ୍ରକାଶ ନିରନ୍ତର ବିକାଶ ପାଇଁ ସମସ୍ତ ବିଭାଗୀୟ ଅଧିକାରୀମାନେ ଏକାଭିମୁଖୀ ହେବା ଏବଂ ସମସ୍ତ ଗ୍ରାମ ପଂଚାୟତର ସାମୁହିକ ବିକାଶର ଗୁରୁତ୍ୱ ଦେବା ପାଇଁ ପ୍ରକାଶ କରିଥିଲେ ।
ଉପ ନିର୍ଦ୍ଦେଶକ ଶ୍ରୀକାନ୍ତ ଦଳେଇ ପ୍ରଶିକ୍ଷାର୍ଥୀମାନଙ୍କୁ ତାଲିମ ଦେଇଥିଲେ । ଏଥିରେ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ , ଅବସର ପ୍ରାପ୍ତ ପ୍ରଫେସର, ସହକାରୀ ପ୍ରଫେସର, ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟ ।ଳୟ (ଡ଼ିପିଏମୟୁ)ର ଅନ୍ୟ ଅଧିକାରୀ, ଏନଜିଓ କର୍ମକର୍ତା, ଏସଡ଼ିଜି ପରାମର୍ଶଦାତା ଡା. ରମେଶ ଚାଲାନ, ଏସ.ଡ଼ି.ଜି କୋଷ କାର୍ଯ୍ୟକ୍ରମ ପରିଚାଳକ, ଭେଙ୍କଟେସ, ଗ୍ରାମ ବିକାଶ କାର୍ଯ୍ୟକ୍ରମ ପରିଚାଳକ ଆଶୁତୋଷ ଭଟଙ୍କ ସମେତ ଜିଲ୍ଲାର ବିଭିନ୍ନ ଅଧିକାରୀ ଯୋଗ ଦେଇଥିଲେ ।
