ଖାଦ୍ୟ ପ୍ରକ୍ରିୟାକରଣ ଶଳ୍ପ ପ୍ରତିଷ୍ଠା ପାଇଁ ଓଡ଼ିଶା ପ୍ରକୃଷ୍ଟ କ୍ଷେତ୍ର : ଶିଳ୍ପ ମନ୍ତ୍ରୀ
ଭୁବନେଶ୍ୱର : ମେକ୍ ଇନ୍ ଓଡ଼ିଶାର ଦ୍ୱିତୀୟ ଦିବସରେ ଆଜି ଓଡ଼ିଶାରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା ସଂପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ତତ୍ସହିତ ଏଥିରେ ଓଡ଼ିଶାରେ ୧୪୪୩ କୋଟି ଟଙ୍କାର ପୁଂଜିନିବେଶ ନେଇ ପ୍ରସ୍ତାବ ମଧ୍ୟ ମଳିଛି । ମଧ୍ୟମ, କ୍ଷୁଦ୍ର ଓ ଅଣୁ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ଏହି ଆଲୋଚନାଚକ୍ରରେ ଅଧ୍ୟକ୍ଷତା କରି ରାଜ୍ୟରେ ଉତ୍ପାଦିତ ଓ ଉପଲବ୍ଧ କୃଷିଜାତ ସାମଗ୍ରୀ ପାଇଁ ଓଡ଼ିଶାକୁ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା ଲାଗି ସର୍ବୋତମ ଉପଯୁକ୍ତ କ୍ଷେତ୍ର ବୋଲି ପ୍ରକାଶ କରିବା ସହିତ ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି-୨୦୨୨ର ଉନ୍ମୋଚନ କରିଥିଲେ । ଏହି ଆଲୋଚନାଚକ୍ରରେ ଉପସ୍ଥିତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧକ୍ଷ ଶ୍ରୀ ଅସିତ କୁମାର ତ୍ରିପାଠୀ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଆର. ବାଲକ୍ରିଷ୍ଣନ୍, ଏମ୍ଏସ୍ଏମ୍ଇ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ମହମ୍ମଦ ସାଦ୍ଦିକ ଆଲାମ, ସ୍ମୃତିରଞ୍ଜନ ପ୍ରଧାନ, ଗୌରମ ଶର୍ମା, ଡେଗ୍ମାର ୱାଲଟର, ବିଧାନ ଦାସ, ରାଜନ୍ ପାଢ଼ୀ ପ୍ରମୁଖ ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।
