ବିଜ୍ଞାନ ଐଶ୍ୱର୍ଯ୍ୟର ସୂତ୍ର, ସାହିତ୍ୟ ପ୍ରଶାନ୍ତିର ଚନ୍ଦନ, ଭଦ୍ରକ ପୁସ୍ତକମେଳାର ପଂଚମ ସନ୍ଧ୍ୟା
ଭଦ୍ରକ : ସଭ୍ୟତାର ପ୍ରଥମ ସୋପାନରୁ ମଣିଷ କେବଳ ପ୍ରକୃତିର ସଂଗୀତରେ ଆତ୍ମହରା ହୋଇନି, ବିଜ୍ଞାନ ସହ ସେ ଯୋଡ଼ି ହୋଇଛି ନିବିଡ଼ ଭାବରେ । ଏହି କ୍ରମରେ ବିଜ୍ଞାନ ଆଜି ପାଲଟିଯାଇଛି ଆମ ଜୀବନର ଅଙ୍ଗ ଓ ଅଙ୍ଗୀକାର । ଏହାକୁ ଅସ୍ୱୀକାର କରିବା ଅର୍ଥ ଜୀବନ ପ୍ରତି ଆତ୍ମପ୍ରବଞ୍ଚନା । ଅଧୁନା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଜୟଯାତ୍ରାରେ ମଣିଷ ଆତ୍ମହରା । ବିଜ୍ଞାନ ଯୋଗୁଁ ଅକଳ୍ପନୀୟ ସୁବିଧା ଉପଭୋଗ କରୁଥିଲେ ହେଁ ମଣିଷ ହୃଦୟରେ ଚନ୍ଦନର ପ୍ରଶାନ୍ତି ଓ ପ୍ରଲେପ ଦିଏ ସାହିତ୍ୟ । ଯେଉଁଠି ସକଳ ଆବିଷ୍କାର ଦୈବଘାତରେ ଆଣ୍ଠେଇ ପଡ଼େ, ସେଇଠି ସାହିତ୍ୟ ଚିରାୟତ ଆନନ୍ଦରେ ଜୀବନକୁ କୋଳେଇ ନିଏ ବୋଲି ମଙ୍ଗଳବାର ସନସାଇନ୍ ମିଶନ ସ୍କୁଲ୍ ନିକଟରେ ଚାଲିଥିବା ୨୨ତମ ଭଦ୍ରକ ପୁସ୍ତକମେଳାର ପଞ୍ଚମ ସନ୍ଧ୍ୟାରେ ଅତିଥିମାନେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଦୁର୍ଯ୍ୟୋଧନ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ‘କବିଶେଖର ଚିନ୍ତାମଣି ମହାନ୍ତି ମ ’ରେ ମୁଖ୍ୟ ଅତିଥି ଭାବେ ଧାମନଗର ମହାବିଦ୍ୟାଳୟର ଅଧ୍ୟକ୍ଷ ଗାଳ୍ପିକ ପବିତ୍ର ପାଣିଗ୍ରାହୀ ଯୋଗଦେଇ ବିଜ୍ଞାନ ଜୀବନକୁ ବ୍ୟବସ୍ଥିତ ଢଙ୍ଗରେ ପରିଚାଳିତ କରିବାର ସୁଯୋଗ ଦିଏ ସତ, ସାହିତ୍ୟ ସତ୍ୟ-ଶିବ-ସୁନ୍ଦରର ବା ର୍ା ପ୍ରଦାନ କରେ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ପ୍ରାଧ୍ୟାପକ ଡକ୍ଟର କମଳାକାନ୍ତ ଜେନା ଯୋଗଦେଇ ବୈଜ୍ଞାନିକ ଉଦ୍ଭାବନକୁ ଅସ୍ୱୀକାର କରି ଜୀବନର ସାରବ । କୁତ୍ରାପି ଅନୁଭବ କରିହୁଏନା ବୋଲି ମତବ୍ୟକ୍ତ କରିଥିଲେ । ବରେଣ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପୋଲିସ୍ ଅଧୀକ୍ଷକ ବିକାଶ ଦାଶ ଯୋଗଦେଇ ଜୀବନ ପାଇଁ କଳା ଓ ସାହିତ୍ୟର ଆବଶ୍ୟକତା ଉପରେ ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ମାନିତ ବକ୍ତା ଭାବେ ଶିକ୍ଷାବିତ୍ ଗଗନବିହାରୀ ରାଉତ ଓ ଅଧ୍ୟାପକ ନୀହାର ରଞ୍ଜନ କର ଯୋଗଦେଇ ଜୀବନ ପାଇଁ ସାହିତ୍ୟ ଓ ବିଜ୍ଞାନ ଏ ଉଭୟର ଆବଶ୍ୟକତା ଅଛି ବୋଲି କହିଥିଲେ । ପୁସ୍ତକମେଳା କମିଟି ସଦସ୍ୟ ଗୌରାଙ୍ଗ ବାରିକ୍ ଅତିଥିମାନଙ୍କୁ ମଞ୍ଚଆହ୍ୱାନ କରିଥିବା ବେଳେ ନାଟ୍ୟଶ୍ରୀ ନିର୍ମଳ ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶିକ୍ଷକ କବି ଗୌତମ ମହାରଣା ଅତିଥି ପରିଚୟ ପ୍ରଦାନ କରିଥିଲେ । ଭଦ୍ରକ ପୁସ୍ତକମେଳାର ପ୍ରତିଷ୍ଠାତା ସଭାପତି ସ୍ୱର୍ଗତ ଅପୂର୍ବରଞ୍ଜନ ରାୟ, ସମ୍ପାଦକ ସ୍ୱର୍ଗତ ଅକ୍ଷୟ ବାରିକ, ଉପଦେଷ୍ଟା ଦିବଗଂତ ବିଷ୍ଣୁ ସେଠୀ ଓ ଚିତ୍ରଶିଳ୍ପୀ ଅଶୋକ ମହାନ୍ତିଙ୍କ ବିୟୋଗରେ ୧ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । କୋଷାଧ୍ୟକ୍ଷ ବୈଲୋଚନ ବେହୁରିଆ, ସାଂସ୍କୃତିକ ସମ୍ପାଦକ ବସନ୍ତ କୁମାର ମହାନ୍ତି, ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ, ଚର୍ଚ୍ଚିକା ମହାପାତ୍ର, କବି ରମାକାନ୍ତ ନାୟକ, ପୁସ୍ତକମେଳା କମିଟି ସଭାପତି ଅଜୟ ନାୟକ, ସମ୍ପାଦକ ରୂପକବିହାରୀ ରାୟ, ଅଧ୍ୟାପକ ବିଶ୍ୱରଞ୍ଜନ ଦାସ, ଡକ୍ଟର ଅଭୟ କୁମାର ଦାସ, ଡକ୍ଟର ମନୀନ୍ଦ୍ର ମହାନ୍ତି, ଅଧିବକ୍ତା ଗଦାଧର ବଳ, କବି ବିଚିତ୍ରାନନ୍ଦ ଜେନା, ଅଧ୍ୟାପକ ଦ ।ତ୍ରେୟ ଦାଶ, ପ୍ରଦୀପ୍ତ କୁମାର ମହାନ୍ତି, ବିଜୁ ସେଠୀ, ପ୍ରାଧ୍ୟାପକ ରାଇମୋହନ ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରିଥିଲେ । ସଦସ୍ୟ ଜୟଜଗନ୍ନାଥ ମଲ୍ଲିକ୍ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସାଂସ୍କୃତିକ ତିହିଡ଼ି ସଂଗୀତ ମହାବିଦ୍ୟାଳୟ ପକ୍ଷରୁ କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଆସନ୍ତାକାଲି ମେଳାର ଷଷ୍ଠସନ୍ଧ୍ୟାରେ ‘ଭାରତୀୟ ସଂସ୍କୃତିର ମହନୀୟତା’ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି ।
ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
……………
ଆଖୁଆପଦା ବ୍ୟାରେଜ ନିର୍ମାଣ ଦାବିରେ ବିଜେପିର ସାମ୍ବାଦିକ ସମ୍ମିଳନୀ
ଭଦ୍ରକ, ୩୦ ନଭେମ୍ବର (ହି.ସ.) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ଆଖୁଆପଦାରେ ବିଜେପି ପକ୍ଷରୁ ଆଜି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଆଖୁଆପଦାରେ ବ୍ୟାରେଜ ନିର୍ମାଣ ପାଇଁ ଅଭିଯାନ ଆରମ୍ଭ ଘୋଷଣା କରାଯାଇଛି । ବନ୍ୟା ପ୍ରପୀଡିତ ଭଣ୍ଡାରିପୋଖରୀବାସୀଙ୍କ ଚାଷକଷ୍ଟ ଓ ବନ୍ୟାକଷ୍ଟ ଲାଘବ କରିବାର ଏକମାତ୍ର ଉପାୟ ଆଖୁଆପଦା ବ୍ୟାରେଜ ନିର୍ମାଣ ବୋଲି ଦଳ ପକ୍ଷରୁ ଦୋହରାଯାଇ ରାଜ୍ୟ ସରକାରଙ୍କ ଉଦାସୀନତା ପାଇଁ ତୀବ୍ର ସମାଲୋଚନା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସାଢେ ଚାରିକୋଟି ପରିବାର ମଧ୍ୟରୁ ଭଣ୍ଡାରିପୋଖରୀ ବନ୍ୟାକ୍ଳିଷ୍ଟ ବାଦ ପଡିଲେ କିପରି ବୋଲି ଦଳର ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ତଥା ନିର୍ବାଚନମଣ୍ଡଳୀ ନେତା ବଦ୍ରୀନାରାୟଣ ଧଳ ଜଗନ୍ନାଥପ୍ରସାଦ ଠାରେ ଆୟୋଜିତ ସାମ୍ବାଦିକ ସମ୍ମଳନୀରେ ପ୍ରଶ୍ନ କରିଥିଲେ । ଆଖୁଆପଦାରେ ସୁଦୃଢ ଭି ିଭୂମି, ବହୁମୁଖି ଉପଯୋଗୀତା, ଜଳସେଚନର ବ୍ୟାପକ ପ୍ରସାର ପାଇଁ ଆଖୁଆପଦା ବ୍ୟାରେଜ ସମତୁଲ ଅନ୍ୟ କୌଣସି ବ୍ୟାରେଜ ପ୍ରକଳ୍ପ ହେବ ନାହିଁ ବୋଲି ଜାରି ସୁଦ୍ଧା ରାଜ୍ୟ ସରକାର ଏହାକୁ ଗଡାଇ ଚାଲିଛନ୍ତି । ଏହା ଗ୍ରହଣୀୟ ନୁହେଁ । ରାଜ୍ୟ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ଲକ୍ଷ୍ୟରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରସ୍ତୁତ କରାଯାଇ ‘ମାଟି ସୁରକ୍ଷା’ ନାମରେ ସ୍ୱାକ୍ଷର ସଂଗ୍ରହ ଅଭିଯାନ ଆରମ୍ଭ କରାଗଲା ବୋଲି ପ୍ରକାଶ କରିଥିଲେ । ଏଥିସହ ବନ୍ଦାଳୋ-ମଢିଆଳି, ଝୁଟୁଣା ପ ।ୟତକୁ କୂଳକ୍ଷରୁ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ, କ ିଘାଇ ଓ ବାଲିପୋଖରୀ ଏସକେପର ଉଚ୍ଚତା ବୃଦ୍ଧି, ଖୋଲାପଡିଥିବା ବୈତରଣୀ ନଦୀ ପଠାରେ ବନ୍ଧ ନିର୍ମାଣ, ଆଖୁଆପଦା ଆନିକଟର ସମସ୍ତ କେନାଲର ପୁନରୁଦ୍ଧାର ଦାବି ମଧ୍ୟ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଦଳର ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ପ୍ରକାଶ ମହାପାତ୍ର, ମଣ୍ଡଳ ସଭାପତି ଶ୍ରୀଧର ସ୍ୱାଇଁ, ତପସ୍ୱିନୀ ମହାପାତ୍ର, ନରନାରାୟଣ ପରିଡା, ଅବିନାଶ ନାୟକ, ସୁଶାନ୍ତ ପାତ୍ର, ଦେବାଶିଷ ପଣ୍ଡା, ଦଶରଥ ମଲ୍ଲିକ, ଗଙ୍ଗାଧର ସାମଲ, ଲଳିତ ନାୟକ, ବିଶ୍ୱନାଥ ଜେନା, ବ୍ରଜକିଶୋର ନାୟକ, ସୁଦର୍ଶନ ସାମଲ, ରଶ୍ମିରଞ୍ଜନ ମହାପାତ୍ର, ରାମକୃଷ୍ଣ ମହାପାତ୍ର, ପ୍ରପୁଲ୍ଲ ବରିକ, କେଦାର ସାହୁ ପ୍ରମୁଖ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
