ଗୋଛାପଡାରେ ବିପୁଳ ମାତ୍ରାରେ ଗଞ୍ଜେଇ ଚାଷ ନଷ୍ଟ କଲା ପୋଲିସ,କୃତ୍ରିମ ପୋଖରୀରେ ପାଣି ଗଛିତ କରି ହେଉଛି ଚାଷ
କନ୍ଧମାଳ : କନ୍ଧମାଳ ଜିଲ୍ଲାର ପ୍ରାୟ ଚାରିଟିରୁ ଅଧିକ ବ୍ଳକର ଗ୍ରାମାଂଚଳରେ ବିପୁଳ ଭାବରେ ଗଞ୍ଜେଇ ଚାଷ ଜୋରଦାର ଭାବରେ ଚାଲିଛି । ଏହି ସବୁ ଅଂଚଳରୁ କନ୍ଧମାଳ ଜିଲ୍ଲାର ବାହାରକୁ ଏବଂ ବାହାର ରାଜ୍ୟକୁ ମଧ୍ୟ ଗଞ୍ଜେଇ ଚାଲାଣ ଚାଲିଛି । ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ବର୍ଷସାରା ଧରପଗଡ ମଧ୍ୟ ଜାରି ରହିଛି । ହେଲେ ଏହା, ଜିଲ୍ଲାରେ ହେଉଥିବା ସମୁଦାୟ ଗଞ୍ଜେଇ ଚାଷର ମାତ୍ର ୫ରୁ ୧୦ ପ୍ରତିଶତ ବୋଲି ସୂଚନା ମିଳିଛି । ତେବେ ଜିଲ୍ଲାର ଫୁଲବାଣୀ, ବାଲିଗୁଡା, କ.ନୁଆଗାଁ ଏବଂ ଜିଲ୍ଲାର ଗଞ୍ଜଇ ଚାଷର ଗଡ କୁହାଯଉଥିବା ଫିରିଙ୍ଗିଆ ଅଂଚଳର ଅବଶିଷ୍ଟ ଗଞ୍ଜେଇ ଯାଉଛି କୁଆଡେ । ତେବେ ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜିଲ୍ଲାରେ ପୋଲିସ ବିଭାଗ ତରଫରୁ ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରାଯିବାର ଅଭିଯାନ ଆରମ୍ଭ ହୋଇଛି । ଆଜି ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ଗୋଛାପଡା ଥାନା ଅଂଚଳର କଟ୍ରିଙ୍ଗିଆ ପଂଚାୟତର ବାଡିଗୁଡା ଅଂଚଳରେ ଗୋଛାପଡା ଥାନା ପୋଲିସ ଏବଂ ଅବକାରୀ ବିଭାଗର କର୍ମଚାରୀ ଏବଂ ଶ୍ରମିିକ ମାନଙ୍କ ମିଳିତ ଅଭିଯାନରେ, ୧୩୭ ଏକର ପରିମିତ ଜଙ୍ଗଲ ଅଂଚଳରେ କରାଯାଇଥିବା,ଗଞ୍ଜେଇ ଗଛକୁ କାଟି ବାସହିତ ସେହି ଗୁଡିକୁ ସେଠାରେ ହିଁ ପୋଡି ନଷ୍ଟ କରାଯାଇଛି । ଏହି ସଂକ୍ରାନ୍ତରେ ପୋଲିସ କାହାକୁ ଗିରଫ କରିନଥିବା ବେଳେ ଗୋଛାପଡା ଥାନାରେ ଏକ ମାମଲା ୧୫୪/୨୦୨୨ ରୁଜ୍ଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା ନେଇ ଗୋଛାପଡା ଥାନା ଅଧିକାରୀ ରଞ୍ଜିତ କୁମାର ମୁନୀଙ୍କ ସୂତ୍ରରୁ ଜଣାପଡିଛି । ତେବେ ସେଠାରେ ଏହି ଗଞ୍ଜେଇ ଚାଷି ମାନେ ଏକ କୃତ୍ରିମ ପୋଖରୀ ନିର୍ମାଣ କରି ସେଠାରେ ପାଣିକୁ ଗଛିତ ରଖି ଏହି ଚାଷ କରୁଥିବା ଦେଖିବାକୁ ମିଳିଛି ।
