ତୁଳସୀ ମହିଳା ମହାବିଦ୍ୟାଳୟରେ ହସ୍ତଶିଳ୍ପ ପ୍ରଦର୍ଶନୀ
କେନ୍ଦ୍ରାପଡ଼ା : ତୁଳସୀ ମହିଳା ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ହସ୍ତଶିଳ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଦର୍ଶନୀକୁ ପୂର୍ବତନ ଇଂରାଜୀ ପ୍ରାଧ୍ୟାପିକା ପ୍ରତିଜ୍ଞା ସାମଲ ଓ ଅଧ୍ୟକ୍ଷା ଡ଼ଃ ପ୍ରମିଳାରାଣୀ ବେହେରା ଉଦ୍ଘାଟନ କରିଥିଲେ । ଏହି ପ୍ରଦର୍ଶନୀରେ ବିଭିନ୍ନ ୱାଲ୍ ହାଙ୍ଗିଗ୍ , ପେନ୍ ଷ୍ଟାଣ୍ଡ, ଫୁଲ କୁଣ୍ଡ, ଆସନ ଭଳିକି ଭଳି ମଡେଲ୍, ସୁନ୍ଦର ଏବଂ ଦରକାରୀ ସାମଗ୍ରୀ ମାନ ଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶନ କରାଯାଇଥିଲା । ଏଥିରେ ଶତାଧିକ ଛାତ୍ରୀ ଉତ୍ସାହର ସହିତ ଅଂଶ ଗ୍ରହଣ କରିଥିଲେ । ପ୍ରଦର୍ଶନୀକୁ ଗୃହ ବିଜ୍ଞାନ ପ୍ରାଧ୍ୟାପିକା ସବିତା ଦାସ, ଅନୁରାଧା ବେହେରା, ଆରତୀ ଚୌଧୁରୀ ପ୍ରମୁଖ ପରିଚାଳନା କରିଥିଲେ ।
