ବଚନ ସ୍ମାରକୀ ଫୁଟବଲ ୪ରୁ
କଟକ : କଟକ ଜିଲ୍ଲା ଆଥଲେଟିକ୍ ଆସୋସିଏସନ ଆନୁକୂଲ୍ୟରେ ଆସନ୍ତା ୪ ତାରିଖରୁ ବଚନ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ଚୈାଦ୍ୱାରସ୍ଥିତ ଓଟିଏମ ଖେଳପଡିଆରେ ସମସ୍ତ ମ୍ୟାଚ ଅନୁଷ୍ଠିତ ହେବ । ଉଦଘାଟନୀ ମ୍ୟାଚଟି ରାଇଜିଙ୍ଗ୍ ଷ୍ଟୁଡେଣ୍ଟ କ୍ଲବ ଓ ଆଠଗଡ ଆଥଲେଟିକ୍ ଆସୋସିଏସନ ମଧ୍ୟରେ ଅପରାହ୍ନ ୨.୩୦ ରେ ଖେଳାଯିବ । ଏଥିରେ ସମୁଦାୟ ୧୩ଟି ଦଳ ଅଂଶ ଗ୍ରହଣ କରିବେ । ଏ ଗ୍ରୁପରେ ରାଇଜିଙ୍ଗ୍ ଷ୍ଟୁଡେଣ୍ଟ କ୍ଲବ, ଆଠଗଡ ଆଥଲେଟିକ୍ ଆସୋସିଏସନ, ଚୈାଦ୍ୱାର ନରପଡା ୟଙ୍ଗମ୍ୟାନ କ୍ଲବ, ଇଣ୍ଡିପେଣ୍ଡେଣ୍ଟ କ୍ଲବ, ବିଡାନାସୀ କ୍ଲବ, ଗୋପାଳପୁର ଆଚିଭର କ୍ଲବ ରହିଥିବା ବେଳେ ଗ୍ରୁପ ବିରେ ସାଲେପୁରର ମା ଜାଗୁଳାଇ କ୍ଲବ, ୟଙ୍ଗ ଉତ୍କଳ କ୍ଲବ, ଚୈାଦ୍ୱାରର ୟଙ୍ଗ ଆସୋସୋଏସନ ଏଫସି, ଓଡିଶା ଗଭର୍ଣ୍ଣମେଣ୍ଟ ପ୍ରେସ୍ କ୍ଲବ, ବାଙ୍କି ଆଥଲେଟିକ୍ ଆସୋସୋଏସନ, ଇଲେଭେନ ଗନ୍ କ୍ଲବ ଓ ରାଧାରମଣ କ୍ଲବ ଆଦି ଅଂଶ ଗ୍ରହଣ କରିଛନ୍ତି । ଆସନ୍ତା ୧୬ ତାରିଖ ଅପରାହ୍ନ ୨ଟାରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି କଟକ ଜିଲ୍ଲା ଆଥଲେଟିକ୍ ଆସୋସିଏସନର ସାଧାରଣ ସଂପାଦକ ଆଶୀର୍ବାଦ ବେହେରା ସୂଚନା ଦେଇଛନ୍ତି ।
