ପଦ୍ମପୁର ଉପନିର୍ବାଚନରେ ବିଜେଡି କର୍ମୀ ଦିଲ୍ଲିପଙ୍କୁ ଅପହରଣ ଓ ମାଡ ଘଟଣାଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଡିଜିପିଙ୍କୁ ସ୍ମାରକପତ୍ର
କଟକ : ପଦ୍ମପୁର ଉପ ନିର୍ବାଚନଜନିତ ହିଂସା ପାଇଁ ପୋଲିସର ପକ୍ଷପାତ ଏବଂ ନିଷ୍କ୍ରିୟତା ପାଇଁ ରାଜ୍ୟ ବିଜେପିର ଏକ ଦଳ ବିଧାୟକ ତଥା ବିଧାନସଭାର ମୁଖ୍ୟ ସଚେତକ ମୋହନ ମାଝିଙ୍କ ନେତୃତ୍ୱରେ ଓଡିଶା ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ଆଲୋଚନା କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ବିଜେପି କର୍ମୀ ଦିଲ୍ଲିପ କୁମାର ସେନାପତିଙ୍କୁ ଅପହରଣ ତଥା ଆକ୍ରମଣ କରିଥିବା ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ଦାବି କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗଜପତି ବିଧାୟକ କେ ନାରାୟଣ ରାଓ, ଉଦଳା ବିଧାୟକ ଭାସ୍କର ମଢେଇ, ରାଇରଙ୍ଗପୁର ବିଧାୟକ ଗଣେଶ ମାଝି, ବଡସାହି ବିଧାୟକ ସନାତନ ବିଜୁଳି, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ରାଜ୍ୟର ବରିଷ୍ଠ ନେତା ନୟନ କିଶୋର ମହାନ୍ତି, ଦିଲ୍ଲିପ ମହାନ୍ତି, କଟକ ନଗର ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡୁ, ରାଜ୍ୟ ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ସିକନ୍ଦର ଅଲ୍ଲୀ, ଜିଲ୍ଲା ସାଧାରଣ ସଂପାଦକ ବିଶ୍ୱରଂଜନ ମିଶ୍ର, ଯୁବମୋର୍ଚ୍ଚା ସଭାପତି ସତ୍ୟବ୍ରତ ମିଶ୍ର ଓ ଜୀବନଜ୍ୟୋତି ଦାସ ପ୍ରମୁଖ ସାମିଲ ଥିଲେ ।
