ବାବା ପିଲଚୁ ଯୁବକ ସଂଘ ପକ୍ଷରୁ ଗ୍ରାମାଂଚଳ ଫୁଟବଲ ପ୍ରତିଯୋଗିତା
କଟକ : ବାବା ପିଲଚୁ ଯୁବକ ସଂଘ ବାଲ୍ମିକୀ ନଗର ସିଡିଏ ସେକ୍ଟର-୧୩ ଆନୁକୂଲ୍ୟରେ ଅନୁଷ୍ଠିତ ଫୁଟବଲ ମ୍ୟାଚ ଉଦଯାପିତ ହୋଇଯାଇଛି । ଉତ୍ସବରେ ବାରବାଟି-କଟକ ବିଧାୟକ ଇଂ ମହମ୍ମଦ ମୋକିମ, ମୁଖ୍ୟବକ୍ତା ଭାବେ ଉପ ମେୟର ଦମୟନ୍ତୀ ମାଝି, ସମ୍ମାନିତ ଅତିଥି ଗିରିବାଳା ବେହେରା, ସ୍ୱତନ୍ତ୍ର ସମ୍ମାନିତ ଅତିଥି ଭାବେ ଅଖିଳ ଓଡିଶା ଆଦିବାସୀ ସଂସ୍କୃତି ପରିଷଦର ସଭାପତି ବୃନ୍ଦାବନ ଦାସ ଆଜାଦ, ପ୍ରଦୋଷ କୁମାର ଦାସ ଓ ଶୈଳବାଳା ଦାସ ଉପସ୍ଥିତ ଥିଲେ । ଏହି ଦୁଇ ଦିନିଆ ରାଜ୍ୟସ୍ତରୀୟ ଗ୍ରାମାଂଚଳ ଫୁଟବଲ ପ୍ରତିଯୋଗିତାରେ ମୟୁରଭଂଜ, ଜଗତସିଂହପୁର, ଭୁବନେଶ୍ୱର, ଆଠଗଡ, ପାରାଦୀପ ଏବଂ କଟକ ଜିଲ୍ଲାରୁ ସମୁଦାୟ ୧୬ଟି ଦଳ ଅଂଶ ଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚଟି ଭୁବନେଶ୍ୱରର କାଲୁ ଗ୍ରୁପ ଫୁଟବଲ କ୍ଲବ ଓ ବାରିପଦାର ଏସଟିଏସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଭୁବନେଶ୍ୱରର କାଲୁ ଗ୍ରୁପ ଫୁଟବଲ କ୍ଲବ ୨-୦ ଗୋଲରେ ବାରିପଦାର ଏସଟିଏସକୁ ହରାଇ ଚମ୍ପିୟାନ ହୋଇଥିଲା । ଅତିଥିମାନେ ଚମ୍ପିୟାନ ଦଳକୁ ୨୦ ହଜାର ଓ ରନର୍ସଅପ୍ ଦଳକୁ ୧୫ ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରିବା ସହ ଟ୍ରଫି ଦେଇ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମ ଶିକ୍ଷାବିତ୍ ରବୀନ୍ଦ୍ର ନାଥ ସୋରେନ, ସଂପାଦକ ସୋମନାଥ ମାଣ୍ଡି, ସଭାପତି ସୁବାସ କିସ୍କୁ, ଗ୍ରାମ ମୁରବି ଉତ୍ତମ ହାଁସଦା, ରାମଚନ୍ଦ୍ର ଟୁଡୁ ଏବଂ ଯୁବକ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନା କରିଥିଲେ ।
