ଜୋର୍ଡାନ୍ ୟୁନିଭରସିଟିରୁ ଡକ୍ଟରେଟ୍ ଉପାଧୀରେ ସମ୍ମାନିତ ହେଲେ ଡଃ ବିଶ୍ୱ ମୋହନ
କଟକ : କଟକ ରାଣୀହାଟ ନିବାସୀ ତଥା ରେଭେନ୍ସା ବିଶ୍ୱ ବିଦ୍ୟାଳୟର ପୂର୍ବତନ ବାଣିଜ୍ୟ ବିଭାଗର ପ୍ରଧ୍ୟାପକ ଡଃ ବିଶ୍ୱ ମୋହନ ଜେନାଙ୍କୁ ଦିଲ୍ଲୀସ୍ଥିତ ହଲିଡେ ଇନ୍ ହୋଟେଲ ସମ୍ମିଳନୀ କକ୍ଷରେ ଆମେରିକାର ଜୋର୍ଡାନ୍ ୟୁନିଭରସିଟିରୁ ମାନବିକତା କ୍ଷେତ୍ରରେ ଡକ୍ଟରେଟ୍ ତଥା ‘ଡି.ଲିଟ୍’ ଉପାଧୀରେ ସମ୍ମାନିତ କରାଯାଇଛି । ଡଃ ଜେନା ଗତ ବର୍ଷ ଠାରୁ ଏକବିଂଶ ଶତାଦ୍ଦୀର ହସ୍ତଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ଓ ବଂଚିବା ଉପରେ ଅଧ୍ୟୟନ ଜାରି ରଖିବା ସହ ଡି.ଲିଟ୍ ଥେସିସ୍ ଦାଖଲ କରିଛନ୍ତି । ଏହି ପିଏଚ୍ଡି ଅଧ୍ୟୟନ କ୍ଷେତ୍ରରେ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ଡଃ ସଞ୍ଜୟ କୁମାର ଶତପଥୀ ଏବଂ ରେଭେନ୍ସା ବିଶ୍ୱ ବିଦ୍ୟାଳୟର ପୂର୍ବତନ ରେଜିଷ୍ଟାର ଡଃ ମଳୟ ମହାନ୍ତି ପ୍ରମୁଖ ତଦାରଖ କରୁଥିଲେ । ଡଃ ଜେନା ବାଣିଜ୍ୟ ବିଭାଗରେ ୨୫ଟି ପୁସ୍ତକ ରଚନା କରିଥିବା ବେଳେ ଶହେରୁ ଉର୍ଦ୍ଧ୍ୱ ଆର୍ଟିକିଲ୍ ଏବଂ ୩ ଶହରୁ ଉର୍ଦ୍ଧ୍ୱ ସେମିନାରରେ ଯୋଗଦେଇ ବିଶ୍ୱ ବିଦ୍ୟାଳୟ ପାଇଁ ଏକ ନୂତନ ଗୌରବ ଆଣିଦେଇଛନ୍ତି । ବର୍ତ୍ତମାନ ଡଃ ଜେନା ସମ୍ବଲପୁର ସ୍ଥିତ ନେତାଜୀ ସୁବାଷ ଚନ୍ଦ୍ର ବୋଷ ସରକାରୀ ମହା ବିଦ୍ୟାଳୟର ବାଣିଜ୍ୟ ସ୍ନାତକୋତ୍ତର ବିଭାଗର ମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି ।
