ବିପିଏମଙ୍କ ବଦଳି ବାତିଲ୍ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର
ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକରେ କାର୍ଯ୍ୟରତ ବିପିଏମଙ୍କ ବଦଳି ବାତିଲ ଦାବିରେ ମହିଳା ମହାସଂଘର ଶତାଧିକ ମହିଳା ବ୍ଲକ ରେ ଯୋଗଦେଇ ଅଭିଯୋଗ ଶୁଣାଣି ଶିବିରରେ ନୂଆପଡ଼ା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସିନାପାଲି ବ୍ଲକ ରେ ବିପିଏମ ଭାବରେ ଶରତ ଚନ୍ଦ୍ର ଦୀପ କାର୍ଯ୍ୟ ତୁଲାଉଛନ୍ତି । ସେ ସିନାପାଲି ବ୍ଲକରେ ଯୋଗଦାନ କରିବାର ମାତ୍ର ଦେଢ଼ ବର୍ଷ ହୋଇଛି । ହେଲେ ଏଠାରୁ ଅନ୍ୟତ୍ର ବଦଳି କେଉଁ କାରଣରୁ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି । ସେହିପରି ଶ୍ରୀ ଦୀପ ଜଣେ ଭଦ୍ର ଓ ମେଳାପୀ ସ୍ୱଭାବର ହୋଇଥିବା ବେଳେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ସ୍ୱାବଲମ୍ବୀ ହେବାର ବାଟ ଦେଖାଇବା ସହ ଆତ୍ମନିର୍ଭର ହେବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ନେଇ ତାଲିମ ପ୍ରଦାନ କରୁଛନ୍ତି । ଜଣେ ସଚ୍ଚୋଟ ଅଧିକାରୀ ଭାବରେ ରହି କାର୍ଯ୍ୟ ନିର୍ବାହ କରୁଛନ୍ତି । ଦୁର୍ନୀତି ମୁକ୍ତ ରହିବା ପାଇଁ ସଦାସର୍ବଦା କର୍ମଚାରୀ ମାନଙ୍କୁ ଦାଗିଦ କରୁଥିବାରୁ ଓଏଲ ଏମ (ଗ୍ରାମୀଣ ଜୀବିକା ମିଶନ) ବିଭାଗ ଅଗ୍ରଗତି ପଥରେ ଆଗେଇଛି ।
