ଝାଡେଶ୍ୱରୀ ସ୍ୱତନ୍ତ୍ର ଦିବାଙ୍ଗ ବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳନ
ଝାରସୁଗୁଡା : ଝାଡେଶ୍ୱରୀ ସ୍ୱତନ୍ତ୍ର ଦିବାଙ୍ଗ ବିଦ୍ୟାଳୟ ବୁଡାପଡା (ବୁରୋମାଲ) ଠାରେ ମୁକ ବଧିର,ଦୃଷ୍ଟିବାଧିତ ଓ ମାନସିକ ଅନଗ୍ରସର ସମେତ ସମସ୍ତ କର୍ମଚାରୀ, ଶିକ୍ଷକ, ଶିକ୍ଷତ୍ରୀ, ଅତିଥି ମାନେ ବିଦ୍ୟାଳୟର ଅଧ୍ୟକ୍ଷା ମମତାଦାଶଙ୍କର ପ୍ରତ୍ୟକ୍ଷ ତତ୍ୱାବଧାନରେ ଆଜି ବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳନ କରାଯାଇଛି । ଏହି ଅବସରେ ଅଧ୍ୟକ୍ଷା ମମତାଦାଶ ସମସ୍ତ ଛାତ୍ର,ଛାତ୍ରୀ ଓ କର୍ମଚାରୀ ମାନେ ଭାରତୀୟ ସମ୍ବିଧାନ ରାଷ୍ଟ୍ର ହିତରେ ପ୍ରଦର୍ତ ଶପଥ ପାଠକୁ ପଢି ଶପଥ କରାଇ ଥିଲେ । ଉପସ୍ଥିତ ବ୍ୟକ୍ତିମାନଙ୍କୁ ଉଦ୍ବୋଧନ ଦେଇ କହି ଥିଲେ ଯେ ସମ୍ବିଧାନ ସଭା ୧୯୪୬ ମସିହା ଡିସେମ୍ବର ମାସରେ ସମ୍ବିଧାନଟିଏ ତିଆରି କରିବାକୁ ସିଦ୍ଧାନ୍ତ କରା ଯାଇ ଥିଲା । ୧୯୪୯ ନଭେମ୍ବର ୬ ତାରିଖରେ ସମ୍ବିଧାନକୁ ଅନୁମୋଦନ କରାଯିବା ପରେ ୧୯୫୦ ଜାନୁଆରୀ ୨୬ ତାରିଖରେ କାର୍ଯ୍ୟକାରୀ କରା ଗଲା । କେନ୍ଦ୍ରସରକାରଙ୍କ ଆଇନ୧୯୩୫ ରେ ଲିପିବଦ୍ଧ ହୋଇଥିବା ବାକ୍ୟଗୁଡିକ ସହିତଏହାକୁ ତିଆରି କରାଗଲା । ସମ୍ବିଧାନସଭାର ସଭାପତି ଭାବେ ଯିଏ ସମ୍ବିଧାନକୁ ଅନୁମୋଦନ କରି ଥିଲେ ତାଙ୍କ ନାମ ଥିଲା ଡଃ ରାଜେନ୍ଦ୍ର ପ୍ରସାଦ । ସେହି ବ୍ୟକ୍ତି ପରବର୍ତୀ କ୍ଷଣରେ ଭାରତର ପ୍ରଥମ ରାଷ୍ଟପତି ହୋଇ ଥିଲେ । ସମ୍ବିଧାନ ତିଆରି କରିବାରେ ପ୍ରମୁଖ ବ୍ୟକ୍ତି ମାନେ ଭାଗ ନେଇ ଥିଲେ । ସେମାନଙ୍କ ମଧ୍ୟରେ ଅବଦୁଲ କଲାମ ଆଜାଦ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ଜଗଜ୍ଜୀବନ ରାମ, ଶ୍ୟାମପ୍ରସାଦ ମୁର୍ଖାଜୀ ,ସି, ସୁବ୍ରମନିୟମ ପ୍ରଭୃତି । ସମସ୍ତ ଙ୍କ ଉପରେ ସମ୍ବିଧାନ କୁ ଅଗ୍ରଣି ଭୂମିକାରେ ସପୂର୍ଣରେଖ ପ୍ରଦାନ କରି ଥିଲେ ତାଙ୍କ ନାମ ଥିଲା ଡଃ ବି ଆର ଆମ୍ବେଦକର ।
