ନୀଳଗିରି ଏବେ ଧଳାଜହର କବ୍ଜାରେ । ୩ ଦିନ ଅନ୍ତରରେ ୨ଥର ଜବତ୍ ହେଲା ବ୍ରାଉନସୁଗାର
ନୀଳଗିରି : ଉତର ଓଡ଼ିଶାର ଜଳେଶ୍ୱର ଏବଂ ବାଲେଶ୍ୱର ପଶ୍ଚିମବଙ୍ଗ ଅଂଚଳକୁ ଲାଗି ରହିଥିବାରୁ ବାହାର ରାଜ୍ୟର ବହୁ ଅସାଧୁ ଜହର ବ୍ୟବସାୟୀଙ୍କୁ ସୁବିଧାରେ ଚୋରା ଚାଲାଣ ମାଧ୍ୟମରେ ଓଡ଼ିଶାରେ ବେପାର କରିବା ପାଇଁ ସହଜ ହେଉଥିଲା । ଏବେ ନୀଳଗିରିକୁ ନିଜର ଚୋରା ବ୍ୟବସାୟକୁ ବିସ୍ତାର କରି ନିଜର ଚରାଭୂଇଁ କରିଛନ୍ତି ଧଳାଜହର ବ୍ୟବସାୟୀ । ୩ଦିନ ତଳେ ନୀଳଗିରି ଉପକଣ୍ଠ ଓଲଡଙ୍ଗ ଅଂଚଳର ଜଣେ ଜଣେ ମହିଳାଙ୍କ ନିକଟରୁ ୧୩୫ ଗ୍ରାମର ବ୍ରାଉନସୁଗାର ଅବକାରୀ ବିଭାଗ ଜବତ କରିଥିଲା । ୩ଦିନ ନ ପୁରୁଣୁ ସନ୍ତରାଗଡ଼ିଆ ବଜାରରେ ଥିବା ଏକ ସରକାରୀ ମଦ ଦୋକାନ ନିକଟସ୍ଥ ଏକ ଦୋକାରୁ ଯୋକଗଡ଼ିଆ ଗ୍ରାମର ପର୍ଶୁରାମ ପାଣିଗ୍ରାହୀ (୬୫) ନାମକ ଜଣେ ବୟସ୍କ ବ୍ୟକ୍ତିଙ୍କ ଠାରୁ ୨୪୨ ଗ୍ରାମର ବ୍ରାଉନ ସୁଗାର ଯାହାର ଆନୁମାନିକ ମୂଲ୍ୟ ୨୪ଲକ୍ଷ ୨୦ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ କହିଛି । ବାଲେଶ୍ୱର ଅବକାରୀ ମୋବାଇଲ ସ୍କ୍ୱାର୍ଡ ଏବଂ ନୀଳଗିରି ଅବକାରୀ ବିଭାଗ କହିଛି । ବାଲେଶ୍ୱର ଅବକାରୀ ମୋବାଇଲ ସ୍କ୍ୱାର୍ଡ ଏବଂ ନୀଳଗିରି ଅବକାରୀ ବିଭାଗ ଚଢ଼ଉ କରି ଏହି ଧଳା ଜହର ବେପାରୀଙ୍କୁ ଧରିବାରେ ସକ୍ଷମ ହୋଇଛି । ବାଲେଶ୍ୱର ମୋବାଇଲ ସ୍କ୍ୱାର୍ଡର ଇନ୍ସପେକ୍ଟର ଗାଲୁରାମ ସୋରେନଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଥିଲା । ନୀଳଗିରି ଅବକାରୀ ବିଭାଗର ଓ.ଆଇ.ସି. ବିଶ୍ୱନାଥ ପରିଡ଼ା ଜୟମାଧବ ଦାସ ପଟ୍ଟନାୟକ ଏବଂ ତାଙ୍କ ଟିମ୍ ତାଙ୍କୁ ଗିରଫ କରି ବାଲେଶ୍ୱର ଜିଲ୍ଲା ସେସନସ କୋର୍ଟକୁ ଚାଲାଣ କରାଯାଇଥିବା ସୂଚନା ମିଳିଛି ।
