ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ
ବାଲେଶ୍ୱର : ମିଳିତ ନିଶା ନିବାରଣ ଅଭିଯାନ ବାଲେଶ୍ୱର ପକ୍ଷରୁ ସ୍ଥାନୀୟ ସିଦ୍ଧି ବିନାୟକ ବିଦ୍ୟାଳୟ ପରିସରରେ ବୁଧବାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସମାଜବାଦୀ ନେତା ତଥା ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ସଭା ଅନୁଷ୍ଠିତ ହୋଇଯାଇଛି ।
ବରିଷ୍ଠ ଆଇନଜୀବୀ ପ୍ରଭାକର ସାହୁ ଅଧ୍ୟକ୍ଷତା କରିଥିଲେ । ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଯୁଗଜନ୍ମା ନବକୃଷ୍ଣଙ୍କ ଜୟନ୍ତୀ ଉତ୍ସବ ବିଭିନ୍ନ ଅଞ୍ଚଳରେ ସରକାରୀ ଓ ବେସରକାରୀ ସ୍ତରରେ ପାଳନ ହେବା ଉଚିତ୍ ବୋଲି ମତ ଦେଇଥିଲେ । ସମ୍ମାନିତ ଅତିଥି ଶିକ୍ଷାବିତ୍ ଡ. ହରିଶ୍ଚନ୍ଦ୍ର ବେହେରା, ସିଦ୍ଧିବିନାୟକ ବିଦ୍ୟାଳୟର ନିର୍ଦ୍ଦେଶକ ସୁଧାଂଶୁ ଶେଖର ପଣ୍ଡା, ଅନୁଷ୍ଠାନର ଉପଦେଷ୍ଟା ସୁବ୍ରତ କର ଓ ଡ. କେଶବ ଚରଣ ପଣ୍ଡା ପ୍ରମୁଖ ନବକୃଷ୍ଣ ଚୌଧୁରୀଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ । ବିଦ୍ୟାଳୟସ୍ତରରେ ୧୯୫୬ ମସିହାର ନିଶା ନିବାରଣ ଆଇନ ସମ୍ପର୍କରେ ବକ୍ତୃତା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ଅନୁଷ୍ଠାନ ପକ୍ଷରୁ ପ୍ରକାଶିତ ‘ନୀତିନିଷ୍ଠ ନବକୃଷ୍ଣ’ ପୁସ୍ତକ, ପ୍ରମାଣପତ୍ର ଓ ଉପାୟନ ଦେଇ ପୁରସ୍କୃତ କରିଥିଲେ । ସଭାକାର୍ଯ୍ୟ ପ୍ରାରମ୍ଭରେ ବେଦପାଠ ପରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ନବକୃଷ୍ଣଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ଡ. କ୍ଷିତୀଶ୍ୱର ଦାଶ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଗୌରାଙ୍ଗ ପାଣିଗ୍ରାହୀ ଅତିଥିମାନଙ୍କୁ ମଞ୍ଚ ଆହ୍ୱାନ କରିଥିଲେ ଓ ସୁଶ୍ରୀ ଗୀତାଞ୍ଜଳି ସିଂହ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପ୍ରଫୁଲ୍ଲ କୁମାର ଦାସ, ତ୍ରିଦିବ ନାୟକ, ବୀରେନ୍ଦ୍ର ନାରାୟଣ ପ୍ରହରାଜ, ସୁଶ୍ରୀ ଅର୍ଚ୍ଚନା ନନ୍ଦୀ, ସରସ୍ୱତୀ ପଣ୍ଡା, କମଳାକାନ୍ତ ଦାଶ, କ୍ରୀଷ୍ଣା ସାହା, କଲ୍ୟାଣୀ ନନ୍ଦ, ବାସନ୍ତୀ କର, ରାଜେନ୍ଦ୍ର ନାଥ ରାଉତ, ଗଙ୍ଗାଧର ପୃଷ୍ଟି, ରମେଶ ଚନ୍ଦ୍ର ଜେନା, ଚିତ୍ରାରାଣୀ ପାତ୍ର, ଯୋଗେଶ ଚନ୍ଦ୍ର ପ୍ରଧାନ, ସୀତାରାମ ପ୍ରଧାନ ଓ ଶ୍ୟାମସୁନ୍ଦର ଜେନା ପ୍ରମୁଖ ସହଯୋଗ କରିଥିଲେ । ବହୁ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ଯୋଗ ଦେଇଥିଲେ ।
