ସ୍ୱାଭିମାନ ଅଞ୍ଚଳର ଯୁବବର୍ଗଙ୍କ ପାଇଁ କମ୍ପ୍ୟୁଟର ଶିକ୍ଷାର ବ୍ୟବସ୍ଥା ଆରମ୍ଭ
ମାଲକାନଗିରି : ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ବିଏସଏଫ ତରଫରୁ ସ୍ୱାଭିମାନ ଅଂଚଳରେ ଏକ ଅଭିନବ ପ୍ରୟାସ କରାଯାଇଛି । ଏହି ଅଂଚଳର ଛାତ୍ରଛାତ୍ରୀ ଓ ଯୁବବର୍ଗଙ୍କ ପାଇଁ କମ୍ପ୍ୟୁଟର ଶିକ୍ଷାର ବ୍ୟବସ୍ଥା ଆରମ୍ଭ କରାଯାଇଛି । ଆଜି ଯନ୍ତାପାଇ ଠାରେ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିବା କମ୍ୟୁଟିର ଶିକ୍ଷା ବ୍ୟବସ୍ଥାର ଏକ କେନ୍ଦ୍ରକୁ ଜିଲ୍ଲାପାଳ ବିଶାଲ ସିଂ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଏସଏଫର କମାଣ୍ଡାଣ୍ଟ ଓମ ଶିବ, ସେକେଣ୍ଟ ଇନ କମାଣ୍ଡାଣ୍ଟ ସଂଜୟ ଦାସ, ବିଡିଓ ରଘୁନାଥ ମୁଣ୍ଡାରୀ, ତହସିଲଦାର ଟି.ପଦ୍ମନାଭ ଦୋରା ସମେତ ବିଏସଏଫର ପଦାଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।ଦୁ ର୍ଗମ ଅଂଚଳରେ ବିଏସଏଫ ନକ୍ସଲ ଦମନ ପାଇଁ କାମ କରୁଥିବା ସହ ସେହି ଅଂଚଳର ଯୁବ ବର୍ଗଙ୍କ ପାଇଁ ନିଯୁକ୍ତି, ଶିକ୍ଷା ଏବଂ ଖେଳ ପ୍ରତି କିପରି ମନ ବଳାଇବେ ଚେଷ୍ଟା ଜାରି ରଖିଛି । ଏଥିସହ ଏହି ଅଂଚଳର ଯୁବକ ଯୁବତୀମାନେ କିପରି ଅନ୍ୟ ସ୍ଥାନକୁ ଭ୍ରମଣ କରି ବହୁ ଜିନିଷ ଶିକ୍ଷା ଲାଭ କରିବେ ସେନେଇ ମଧ୍ୟ ପ୍ରୟାସ କରାଯାଉଛି । ତେବେ ଦୁର୍ଗମ ଅଂଚଳର ପିଲାମାନେ ଯେପରି କମ୍ୟୁଟର ଶିକ୍ଷାରୁ ବଂଚିତ ନହେବେ ସେଥିପାଇଁ ଏହି ପ୍ରୟାସ କରାଯାଇଥିବା କୁହାଯାଇଛି । ଭବିଷ୍ୟତରେ କୌଣସି କାର୍ଯ୍ୟ କରିବାକୁ ହେଲେ କମ୍ୟୁଟରର ଆବଶ୍ୟକ ପଡୁଛି । ଏଥିସହ ବଭିନ୍ନ କାର୍ଯ୍ୟ ଏହି ଅଂଚଳର ଲୋକଙ୍କୁ ସହରକୁ ଯାଇ କମ୍ୟୁଟରରେ କାମ କରିବାକୁ ପଡୁଛି । ତେଣୁ ଏଠାରେ ସସବୁ କାର୍ଯ୍ୟ ବିଜ୍ଞ କମ୍ପ୍ୟୁଟର ତାଲିମଦାତାମାନେ ରହିଛନ୍ତି । ସେମାନେ ନିୟମିତ ଏହି ଅଂଚଳର ପିଲାଙ୍କୁ ଶିକ୍ଷା ଦେବେ ।ସ୍ୱାଭିମାନ ଅଂଚଳର ବହୁ ଗ୍ରାମରେ ରହିଥିବା ବିଦ୍ୟାଳୟର ଛାତ୍ରଛାତ୍ରୀ ସମେତ ସ୍ଥାନୀୟ ଯୁବକ ଯୁବତୀ ଉପସ୍ଥିତ ରହି ଶିକ୍ଷା ଗ୍ରହଣ କରିଥିଲେ । ମାଲକାନଗିରି ଜିଲ୍ଲାର ଅନ୍ୟ ଦୁର୍ଗମ ଅଂଚଳରେ ମଧ୍ୟ ଏଭଳି କମ୍ୟୁଟର ଶିକ୍ଷାର ପ୍ରଚାର ପ୍ରସାର କରାଯିବ ବୋଲି ମଧ୍ୟ କୁହାଯାଇଛି । ପାଇଲଟ ପ୍ରୋଜେକ୍ଟ ଭାବେ ଏହି ଶିକ୍ଷାକୁ ସମସ୍ତ ଦୁର୍ଗମ ଅଂଚଳର ପିଲା ଯେପରି ଶିକ୍ଷା ଗ୍ରହଣ କରି ନିଜ ଜୀବନରେ ଏହାକୁ ପ୍ରୟୋଗ କରିପାରିବେ ସେନେଇ ଚିନ୍ତା କରାଯାଇଛି । ବିଏସଏଫ କେବଳ ମାଲକାନଗିରିରେ ମାଓ ଦମନ ନେଇ କାମ କରୁନାହିଁ ବରଂ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଛି, ଯାହାକୁ ଲୋକେ ଧୀରେ ଧୀରେ ବୁଝିପାରିଛନ୍ତି । ପ୍ରଶାସନ ଏବଂ ବିଏସଏଫର ଏହି ମହାନ କାର୍ଯ୍ୟକୁ ସ୍ୱାଭିମାନ ଅଂଚଳର ଲୋକେ ସ୍ୱାଗତ କରିବା ସହ ପ୍ରଶଂସା କରିଛନ୍ତି ।
