ମହତାବ ମହୋତ୍ସବରେ ୫କୃତି ଛାତ୍ରୀଛାତ୍ର ସମ୍ବର୍ଦ୍ଧିତ
ସିମୁଳିଆ : ବାଲେଶ୍ୱର ଜିଲା ସିମୁଳିଆ ବ୍ଲକର ମହତାବ ସ୍ମୃତି ସଂସଦ ଦ୍ୱାରା ୧୨୪ତମ ମହତାବ ମହୋତ୍ସବ ପାଳିତ ହୋଇଥିଲା । ସୋମବାର ପୂର୍ବାହ୍ନରେ ମହତାବ ମଣ୍ଡପରେ ଅନୁଷ୍ଠିତ ଉତ୍ସବକୁ ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଗୋକୁଳାନ୍ଦ ମିଶ୍ର ଉଦ୍ଘାଟନ କରିବା ସହିତ ପତାକା ଉତ୍ତୋଳନ କରିଥିଲେ ।
ସଂସଦର ସଭାପତି ସାଧୁ ଚରଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଅବସର ଅଧ୍ୟାପକ କିର୍ତ୍ତନ ବିହାରୀ ଦାଶ, ଅବସର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମହାଳିକ, ବରିଷ୍ଠ ନାଗରିକ ସନାତନ ବେହେରା, ଶରତଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇ ମହତାବଙ୍କ ଗୁଣଗାନ କରିଥିଲେ । ଶିକ୍ଷକ ଚିତ୍ତ ରଂଜନ ମହାନ୍ତି ସ୍ୱାଗତ ସମ୍ବସର୍ଦ୍ଦନା ଓ ଅତିଥି ପରିଚୟ ପ୍ରଦାନ ଓ ସମ୍ପାଦକ କୃତ୍ତିବାସ ପଣ୍ଡା ବିବରଣୀ ପାଠ କରିଥିଲେ । ଏହି ଅବସରରେ ମେଧାବୀ ଡାକ୍ତରୀ ଛାତ୍ରୀ ସୁଶ୍ରୀ ସଞ୍ଜୁକ୍ତା ସାହୁ, ଇଂଜିନୀୟରିଂ ପଢୁଥିବା ଛାତ୍ର ଶିବ ପ୍ରସାଦ ମାଝୀଙ୍କୁ ମହତାବ ମେଧା ପ୍ରୋତ୍ସାହନ ରାଶୀ ପ୍ରଦାନ କରାଯାଇଥିଲା । ସେହିପରି ଜାତୀୟ ଗ୍ରାମାଞ୍ଚଳ ମେଧା ଅନ୍ୱେଷଣ ଯୁଗ୍ମ ରୂପେ ଶ୍ରୀମାନ ପ୍ରିନ୍ସ ପ୍ରୟାସ ବାରିକ ଓ ସାଇ ପ୍ରିତମ ଶିଅଳଙ୍କୁ ଆର୍ଥୀକ ସହାୟତା ସମେତ ସମ୍ମାନୀତ କରାଯାଇଥିଲା । ଗତ ମାଟ୍ରିକ ପରୀକ୍ଷାରେ ବ୍ଲକରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ଛାତ୍ରୀ ସୁଶ୍ରୀ ଲକ୍ଷ୍ମୀପ୍ରିୟା ସିଂଙ୍କୁ ଅସୁମାରୀ ମେଧା ପ୍ରୋତ୍ସାହନ ପ୍ରଦାନ କରାଯାଇଥିଲା । ସିମୁଳିଆର ବିଶିଷ୍ଠ ଶିକ୍ଷାବିଦ ସ୍ୱର୍ଗତଃ ବଙ୍କିମ ଚନ୍ଦ୍ର ମହାରଣା ଉଦ୍ୟମରେ ଆରମ୍ଭ କରାଯାଇଥିବା ଏହି ଉତ୍ସବରେ ଶିକ୍ଷକ ନୀରଞ୍ଜନ ନାୟକ, ବନମାଳୀ ନାୟକ, ଦିଲିପ କୁମାର ରଥ, ରତ୍ନାକର ବାରିକ, ମନୋରଞ୍ଜନ ବେହରା, ମହେଶ୍ୱର ଗାହାଣ ପ୍ରମୁଖ ମୁଖ୍ୟ ସହଯୋଗୀ ରୂପେ ଥିଲେ । ନୟାନା ମଲିକ ଧନ୍ୟବାଦ ଅର୍ପଣ କରିଥିଲେ ।
