ମୋଟର ଭେଇକିଲ ନିୟମ ଉଲଙ୍ଘନ ଅପରାଧରେ ୨୦ ଜଣଙ୍କ ଠାରୁ ଜୋରିମାନା ଆଦାୟ କଲା କନ୍ଧମାଳ ପୋଲିସ
ଭୁବନେଶ୍ୱର : ଗତ ୨୪ ଘଂଟା ମଧ୍ୟରେ ଜିଲା ପୋଲିସ କନ୍ଧମାଳ ଜିଲାର ବିଭିିନ୍ନ ସ୍ଥାନରେ ଗାଡି ଚେକିଂ ବେଳେ ମୋଟର ଭେଇକିଲ ନିୟମକୁ ଅମାନ୍ୟ କରିବା ଅପରାଧରେ ସମୁଦାୟ ୩୦୨ ଟି ଗାଡି ଚେକିଂ କରି ୫ ଜଣଙ୍କ ଡିଏଲ କ୍ୟାନ୍ସେଲ୍ କରାଯିବା ସହିତ ୨୦ ଜଣଙ୍କ ଠାରୁ ୧୩ ହଜାର ଟଙ୍କା ଜୋରିମାନା ଆଦାୟ କରିଛି ।
ଜିଲାରେ ୨ ଜଣଙ୍କ ନାମରେ ଅବକାରୀ ମାମଲା ରୁଜୁ କରାଯିବା ସହ ୫ ଲିଟର ଦେଶୀ ମଦ ଜବତ କରାଯାଇଛି ଓ ୨ ଜଣଙ୍କ ନାମରେ ନୋଟିସ ଜାରି କରାଯାଇଅଛି ବୋଲି ଏ ସଂପର୍କରେ କନ୍ଧମାଳ ପୋଲିସ୍ ଦ୍ୱାରା ଟ୍ୱିଟ କରି ସୂଚନା ଦେଇଛନ୍ତି ।
