କୋରେଇ ଟ୍ରେନ ଦୁର୍ଘଟଣା ଯୋଗୁଁ ୮ ଟ୍ରେନର ଚଳାଚଳ ବାତିଲ, ୧୨ଟିର ଗତିପଥ ପରିବର୍ତ୍ତନ
ଭୁବନେଶ୍ୱର : ଯାଜପୁର ଜିଲା କୋରେଇରେ ଟ୍ରେନ ଦୁର୍ଘଟଣା ଯୋଗୁଁ ୮ଟି ଟ୍ରେନ ବାତିଲ କରାଯାଇଛି । ବାତିଲ କରାଯାଇଥିବା ଟ୍ରେନଗୁଡିକ ହେଲା- ହାଓ୍ବଡ଼ା-ଭୁବନେଶ୍ବର ଜନଶତାବ୍ଦୀ ଏକ୍ସପ୍ରେସ, ହାଓ୍ବଡ଼ା-ପୁରୀ ଶତାବ୍ଦୀ ଏକ୍ସପ୍ରେସ, ଶାଲିମାର-ପୁରୀ ଏକ୍ସପ୍ରେସ, ପୁରୀ- ଶାଲିମାର ଏକ୍ସପ୍ରେସ, ଶାଲିମାର-ହାଇଦ୍ରାବାଦ ଏକ୍ସପ୍ରେସ, କଟକ-ଭଦ୍ରକ-କଟକ ପାସେଞ୍ଜର ସ୍ପେଶାଲ, ଭୁବନେଶ୍ବର-ବ୍ରହ୍ମପୁର-ଭୁବନେଶ୍ବର ପାସେଞ୍ଜର, ଭୁବନେଶ୍ବର-ବାଲେଶ୍ବର ପାସେଞ୍ଜର ସ୍ପେଶାଲ, ଏକ୍ସପ୍ରେସ, ପୁରୀ- ଶାଲିମାର ଏକ୍ସପ୍ରେସ । ଅନ୍ୟ ୧୨ଟି ଟ୍ରେନର ଗତିପଥରେ ପରିବର୍ତ୍ତନ କରାଯାଇଛି । ୫ଟି ଟ୍ରେନକୁ ଆଂଶିକ ବାତିଲ କରାଯାଇଛି ।
ସୂଚନା ଯେ, କୋରେଇ ଟ୍ରେନ୍ ଦୁର୍ଘଟଣାରେ ୫୪ଟି ବଗିରୁ ୧୦ଟି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଲାଇନଚ୍ୟୁତ ପରେ ଷ୍ଟେସନ ଉପରକୁ ବଗିଗୁଡିକ ମାଡି ଯାଇଛି । ଯାହା ଫଳରେ କୋରେଇ ରେୱେ ଷ୍ଟେସନର ବିଲ୍ଡିଂ ଭାଙ୍ଗି ଯାଇଛି । କେବଳ ସେତିକି ନୁହେଁ ଦୁର୍ଘଟଣାରେ ଫୁଟ୍ ଓଭର ବ୍ରିଜ୍ ଭାଙ୍ଗି ଚୁରମାର ହୋଇଛି । ତେବେ ଏହି ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ନେଇ କୋରେଇ ବିଡିଓ ସୂଚନା ଦେଇଛନ୍ତି । ୭ଜଣ ଆହତଙ୍କ କୋରେଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
