ମାଲବାହୀ ଟ୍ରେନ ଲାଇନଚ୍ୟୁତ : ୩ ମୃତ,ଏକାଧିକ ଆହତ
ଯାଜପୁର : ଯାଜପୁର ଜିଲା କୋରେଇରେ ବଡ଼ ଧରଣର ଟ୍ରେନ ଦୁର୍ଘଟଣା । ଭଦ୍ରକରୁ କଟକ ଯିବା ବେଳେ କୋରେଇ ଷ୍ଟେସନରେ ମାଲବାହୀ ଗାଡ଼ିର ୧୦ଟି ବଗି ଲାଇନଚ୍ୟୁତ ହୋଇଛି । ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇ ଯାତ୍ରୀ ବିଶ୍ରାମାଗାର ଉପରକୁ ମାଡ଼ି ଯିବାରୁ ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଛି । ବଗି ତଳେ ଅନେକ ଲୋକ ଚାପି ହୋଇ ରହିଥିବା ସୂଚନା ରହିଛି । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ଲାଇନଚ୍ୟୁତ ହୋଇ ରେଳଷ୍ଟେସନ ପ୍ଲାଟଫର୍ମ କଡ଼ରେ ମାଡ଼ିଯାଇଛି ମାଲବାହୀ ଟ୍ରେନ । ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା ରହିଛି। ଦୁର୍ଘଟଣାରେ ରେଳଷ୍ଟେସନ କୋଠା କ୍ଷତିଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚିଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଘଟଣାସ୍ଥଳରେ ପହଞ୍ଚିଲେ ଖୋର୍ଦ୍ଧା ଡିଆରଏମ । ଦୁର୍ଘଟଣା ଯୋଗୁଁ ଭୁବନେଶ୍ବର, କୋଲକାତା ଲାଇନ ବନ୍ଦ ରହିଛି । ବଗି ଯୋଗୁଁ ଯାତ୍ରୀ ବିଶ୍ରାମାଗାର ଓ ଏଫଓବି କ୍ଷତିଗ୍ରସ୍ତ ହୋଇଛି।
