ଝାରସୁଗୁଡ଼ା : ଜିଲ୍ଳା ଆଥଲେଟିକ ଆସୋସିଏସନ ଦ୍ୱାରା ଓ.ଏସ.ଏପି ,ମିନି ଷ୍ଟାଡିୟମ ରେ ହେଉଥିବା ସ୍ୱର୍ଗତ ଅଶୋକ କୁମାର ମିଶ୍ର ସ୍ମାରକୀ ଲିଗ ,କମ୍ ନକ୍ ଆଉଟ ଫୁଟବଲ ପ୍ରତିଯୋଗିତାର ଲିଗ ମ୍ୟାଚ ଗୁଡିକ ଶେଷ ହୋଇଛି । ଆଜି ୧୮ ତାରିଖରୁ କ୍ୱାଟର ଫାଇନାଲ ମ୍ୟାଚ ଗୋଲଡେନ ଆଥଲେଟିକ କ୍ଳବ ଏବଂ ବ୍ଳୁ ରାଇଡର ସରବାହାଲ ମଧ୍ୟରେ ଅନୁଷ୍ଠିତ ହୋଇ ୩-୧ ଗୋଲରେ ଗୋଲଡେନ ଆଥଲେଟିକ କ୍ଳବ ବିଜୟୀ ହୋଇ ଥିଲା ଇ ଆଜିର ମ୍ୟାଚ ରେ ୨ୟ ଓ.ଏସ.ଏପ ିର ଉପ-ଦୁର୍ଗପତି ଲକ୍ଷ୍ମ୍ନଣ କୁମାର ସିଂ ଅତିଥି ଭାବରେ ଯୋଗ ଦେଇ ଖେଳାଳି ମାନଙ୍କ ସହିତ ପରିଚିତ ହୋଇ ଥିଲେ । ବ୍ଳୁ ରାଇଡର ସରବାହାଲ କ୍ଳବର ଗୁରୁଦେବ ଓରାମ ମ୍ୟାନ ଅଫ ଦି ମ୍ୟାଚ ଘୋଷିତ ହୋଇ ଅତିଥିଙ୍କ ଦ୍ୱାରା ପୁରସ୍କୃତ ହୋଇ ଥିଲେ । ଏହି ମ୍ୟାଚକୁ କେ.ଜଗ୍ନନାଥ ରାଓ, ସଂଜୟ ଦାସ, ଶିତଳ ଗୁଡୁମ ଓ ସୁଶାନ୍ତ ମହାନ୍ତି ପରିଚାଳନା କରି ଥିଲେ ।
Post Views: 32,986