ଭଂଜପୁର ଜଗଦ୍ଧାତ୍ରୀ ମେଳାରେ ପୁରସ୍କୃତ ହେଲେ କୃତି ପ୍ରତିଯୋଗୀ
ବାରିପଦା : ଭଂଜପୁର ଜଗଦ୍ଧାତ୍ରୀ ମେଳଓର ୯ମ ସନ୍ଧ୍ୟାରେ କୁଇଜ ଓ ଗୀତ ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଥିବା ପ୍ରତିଯୋଗୀ ମାନଙ୍କୁ ମଂଚରେ ପୁରସ୍କୃତ କରାଯାଇଛି ଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲାପାଳ ବିନୀତ ଭରଦ୍ୱାଜ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିବା ସହ ମେଳାର ଉତରୋତର ଉନ୍ନତି କାମନା କରିଥିଲେ। ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ ଆରକ୍ଷୀ ଅଧିକ୍ଷକ ରିଷିକେଶ ଦ୍ୟାନଦେଓ ଖିଲାରୀ ଶାନ୍ତିଶୃଙ୍ଖଳା ସହ ମେଳାକୁ ପରିଚାଳନା କରୁଥିବାରୁ କମିଟିର ଉଦ୍ୟମକୁ ପ୍ରଶଂସା କରିଥିଲେ ।
କାର୍ଯ୍ୟକାରୀ କମିଟି ଅଧ୍ୟକ୍ଷ ନଗରପାଳ କୃଷ୍ଣଓନନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ପୂର୍ବତନ ମନ୍ତ୍ରୀ, ମାନ୍ୟବର ବାଙ୍ଗିରିପୋଷି ବିଧାୟକ ତଥା ପୂଜା କମିଟି ଅଧ୍ୟକ୍ଷ ସୁଦାମ ମାରାଣ୍ଡି, ପୂର୍ବତନ ଉପ ବାଚସ୍ପତି ଓ ମେଳା କମିଟିର ଅଧ୍ୟକ୍ଷ ସାନନ୍ଦ ମାରାଣ୍ଡି, ସାଧାରଣ ସମ୍ପାଦକ ଦର୍ପନାରାୟଣ ପାଲ ପ୍ରମୁଖ ଉପସ୍ଥିତ ରହି କୃତୀ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରଥମ ସ୍ଥାନ ଅଧିକାର କରିଥିବା ଜୁନିଅର ଗ୍ରୁପ କୁଇଜରେ ଆୟୁଷ ସାମଲ, ସିନିଅରରେ ଦିବ୍ୟ ରଂଜନ ବେହେରା, ସବ ଜୁନିଅର ଗୀତରେ ପ୍ରିୟାଂଶି ହୋତା, ଜୁନିଅରରେ ଧ୍ରୁବଜ୍ୟୋତି କର, ସିନିଅରରେ ମନୀଷା ମହାରଣା ସମେତ ମୋଟ ୧୫ ଜଣଙ୍କୁ ପୁରସ୍କୃତ କରାଯାଇଛି। ଏହି ଅବସରରେ ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ କମିଟି ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ମଂଚରେ ବଂଶୀ ବାଦନ କରି ଦର୍ଶକଙ୍କ ମନ ମୋହିଥିବା ପୂର୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ନନ୍ଦ ଦୁଲାଲ ଘଡେଇଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି । ସୋମନାଥ ସିଂହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
