ଇପିଏଫ ପେନସନଧାରୀ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ
ନବରଂଗପୁର : ଅଲ ଓଡିଶା ପେନସନ ଏସୋସିଏସନ ନବରଂଗପୁର ଜିଲା ଶାଖା ତରଫରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଆଜି ଜିଲାପାଳଙ୍କୁ ପ୍ରଦାନ କରାଯାଇଛି । ସଙ୍ଘ ସଭାପତି ଇଶ୍ୱର ରାଉତ ଓ ସମ୍ପାଦକ ଲଛମନ ପାଇକଙ୍କ ନେତୃତ୍ୱରେ ଓଡିଶା ଉଠା ଜଳ ସେଚନରେ କାମ କରୁଥିବା ଅବସର ପ୍ରାପ୍ତ କର୍ମଚାରୀ ଏଓଇପିଏଫଓ ପେନସନ ଭୋଗୀ ମାନେ ଜିଲାପାଳଙ୍କୁ ଭେଟିଥିଲେ । ସେମାନେ ଜିଲାପାଳଙ୍କୁ ଭେଟି ଅବସରପ୍ରାପ୍ତ କର୍ମଚାରୀଙ୍କୁ ମାସିକ ଭତା ୯୦୦୦ ଟଙ୍କା ପ୍ରଦାନ କରିବା ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁଯାୟୀ ବର୍ଦ୍ଧିତ ପେନସନ ପ୍ରଦାନ କରିବା ।
ସମସ୍ତ ପେନସେନ ଭୋଗୀଙ୍କୁ ଚିକିତ୍ସା ଭତା ତଥା ଆୟୁଷ୍ମାନ ଯୋଜନା ସାମିଲ କରିବା, ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେବା,ସମସ୍ତ ପେନସେନ ଭୋଗୀଙ୍କୁ ବରିଷ୍ଠ ନାଗରିକଙ୍କୁ ସାମାଜିକ ସୁବିଧା ସୁଯୋଗ ଆଦି ଯୋଗାଇ ଦେବା ଦାବି ବିଷୟରେ ଅବଗତ କରାଇ ଜିଲାପାଳଙ୍କ ଜରୀଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ସମୟରେ ସଭାପତି, ସମ୍ପାଦକ ଓ ଅନ୍ୟାନ୍ୟ ସଭ୍ୟ ମାନେ ଉପସ୍ଥିତ ରହିଥିଲେ ।
