ଜିଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ
ଝାରସୁଗୁଡ଼ା : ଆସନ୍ତା ୨୦୨୩ ଜାନୁଆରୀ ମାସରେ ବିଶ୍ୱକପ ହକି ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଥିବା ପରିପ୍ରେକ୍ଷୀରେ ଜିଲାସ୍ତରରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଆୟୋଜନ ନିମନ୍ତେ ଏକ ବୈଠକ ଜିଲାପାଳ ସରୋଜ କୁମାର ସାମଲ ଙ୍କ ଅଧ୍ୟକ୍ଷତାରେ ଡିଏମଏଫ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଛି । ଓଡିଶାର ଭୁବବେଶ୍ୱର ଓ ରାଉଲକେଲାରେ ବିଶ୍ୱକପର ସମସ୍ତ ମ୍ୟାଚ ଅନୁଷ୍ଠିତ ହେବ । ବିଶ୍ୱକପ ଅନୁଷ୍ଠିତ ହେଉଥିବା ସମୟରେ ସମଗ୍ର ଜିଲାରେ କ୍ରୀଡାର ଏକ ବାତାବରଣ ସୃଷ୍ଟି କରିବା ପାଇଁ ପଂଚାୟତସ୍ତରରୁ ଜିଲାସ୍ତର ପର୍ଯ୍ୟନ୍ତ ବିଭିନ୍ନ ବୟସ ବର୍ଗରେ ହକି, ଫୁଟବଲ, ଭଳିବଲ, ଖୋ-ଖୋ, କବାଡି ଓ କ୍ରିକେଟ ଆଦି ବିଭିନ୍ନ ପ୍ରତିଯୋଗିତା ହେବା ପାଇଁ ସ୍ଥିର କରାଯାଇଛି । ବିଟିଏମ ପଡିଆରେ ଫୁଟବଲ ଓ କ୍ରିକେଟ, ଓ.ଏସ.ଏପି. ପଡିଆରେ ଦୌଡକୁଦ ଆଦି କରିବା ପାଇଁ ନିଷ୍ପତି କରା ଯାଇଛି ।
ଜିଲା ସ୍ତରରେ ଏହି ପ୍ରତିଯୋଗିତା ପରିଚାଳନା କରିବା ନିମନ୍ତେ ଜିଲା କ୍ରୀଡା ଅଧିକାରୀ ସୁଶିଳ କୁମାର ମିଶ୍ର ଙ୍କୁ ତାପସ ରାୟ ଚଉଧୁରୀ , ବିଜୟ ବେହେରା, ଜିବନ ମହାନ୍ତି, ପ୍ରଜ୍ଜଳ କୁମାର ପଟେଲ, ଓ ଡମ୍ବରୁ ଧର ପୁଜାରୀ ପ୍ରମୁଖ ସହଯୋଗ କରିବେ । ଏହ ବୈଠକରେ ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତପରାମ ମାଝି, ଅତିରିକ୍ତ -ଜିଲାପାଳ ଲଙ୍କେଶ୍ୱର ଅମାତ,ଜିଲ୍ଳା ମଙ୍ଗଳ ଅଧିକାରୀ ଚନ୍ଦ୍ରକାନ୍ତ ମାଝି, ଜିଲା ଶିକ୍ଷା ଅଧିକାରୀ ପୁଷ୍ଫାମିଞ୍ଜ, ଏପିଡି (ଆଡମିନ) ଜିଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଝାରସୁଗୁଡା, ବ୍ରଜରାଜନଗର ପୈାରପରିଷଦ ଅଧିକାର ମାନେ ଉପସ୍ଥିତ ଥିଲେ ।
