ଝାରସୁଗୁଡା ଜେସିଆଇର ଅଧିଷ୍ଠାନ ଉତ୍ସବ ପାଳିତ
ଝାରସୁଗୁଡା : ଝାରସୁଗୁଡା ଜେ ସି ଆଇ ର ଅଧିଷ୍ଠାନ ଉତ୍ସବ ଗତକାଲି ଝାରସୁଗୁଡା ବାଇପାଶ ରେ ଥିବା ସ୍ୱରୁପ ଗାର୍ଡନ ଠାରେ ପାଳିତ ହୋଇଯାଇଛି । ଜେ ସି ଆଇ ର ୨୦୨୩ ମସିହାର ନୂତନ ସଭାପତି ଭାବେ ଜେ.ସି ଡଃ ଶିବ କୁମାର ଲାଟ ,ସମ୍ପାଦକ ରୂପେ ଜେ.ସି . ନିତୀନ ଅଗ୍ରଓ୍ୟାଲ ଙ୍କ ସହ ୨୦୨୩ ପାଇଁ ଜୁନିୟର ଜେ.ସି. ଦିପ ପ୍ରକାଶ ବେରା , କୋଷାଧକ୍ଷ ଭାବରେ କ୍ରିଷ୍ଟା କାବରା, ଅନ୍ୟ ବରିଷ୍ଠ କର୍ମକର୍ତା ଭାବରେ ବିଶାଳ ଶର୍ମା, ଉପ-ସଭାପତି ଭାବରେ ଗୋବିନ୍ଦ ସାକୁନିଆ, ଚନ୍ଦନ ବାଲୋଦିଆ, ରାହୁଲ ଶର୍ମା, ନବୀନ ଅଗ୍ରଓ୍ୟାଲ , ସୁଶିଳ ମୁନ୍ଦ୍ରା, ନିଶାନ୍ତ ଅଗ୍ରଓ୍ୟାଲ ମନୋନୀତ ହୋଇ ଥିଲେ ।
ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଓଡିଶା ରାଜ୍ୟ ସରକାର ଙ୍କ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଯୋଗ ଦେଇ ଥିବା ବେଳେ ସମ୍ମାନିୟ ଅତିଥି ଭାବରେ ଜେ,ଏସ୍ .ଡବଲ୍ୟୁ ର ସି.ଓ .ଉମେଶ ରାଏ, ଜେ ସି ଆଇ ର ଜୋନ ଅଧ୍ୟକ୍ଷ ଆକାଶ ସୁନ୍ଦରାନୀ, ଜୋନ ଉପାଧ୍ୟକ୍ଷ ତୈଳଶ ଜୈନ ଯୋଗ ଦେଇ ମଚାଂ ଧିନ ଥିଲେ । ପୂର୍ବତନ ଅଧ୍ୟକ୍ଷ ସଂଜୟ ସରଓ୍ୟାକି ଙ୍କୁ ସମ୍ମାନୀତ କରା ଯାଇ ଥିଲା । ଏହି କାର୍ଯ୍ୟକ୍ରମ କୁ ମନିଷ ଶର୍ମା ପରିଚାଳନା କରି ଥିଲେ ।
