ବାରିପଦାରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ
ବାରିପଦା : ଆଜି ବାରିପଦା ହୋଟେଲ ସ୍ୱସ୍ତିକ ଠାରେ ଭାରତ ଯୋଡ ଓଡ଼ିଶା ପରିବର୍ତନ ଯାତ୍ରା ୧୧ ନଭେମ୍ବରରେ ମୟୁରଭଂଜ ଜିଲ୍ଲାରେ ପ୍ରବେଶ କରି ୧୪ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ପରିକ୍ରମା କରିବାକୁ ଥିବା ଅବସର ରେ କଂଗ୍ରେସର ରାଜ୍ୟ ପ୍ରବକ୍ତା ଅମିୟ ପାଣ୍ଡବ ଏବଂ ରଜନୀ ମହାନ୍ତି ସାମ୍ବାଦିକ ସମ୍ମିଳନୀ ଜରିଆରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଓଡିଶା ତଥା ମୟୂରଭଂଜ ଜିଲ୍ଲା ପ୍ରତି ରହିଥିବା ବୈମାତୃକ ମନୋଭାବ ଓ ଅବହେଳା ବିଷୟରେ ଉଲ୍ଲେଖ କରି ଦେଶରେ ଦେଖା ଦେଇଥିବା ଉତ୍କଟ ବେକାରୀ ସମସ୍ୟା, ଅତ୍ୟଧିକ ଦରଦାମ ବୃଦ୍ଧି, ସଂବିଧାନ ସୁରକ୍ଷା, ଚାଷୀ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ସ୍ୱାର୍ଥ ରକ୍ଷା, ସରକାରୀ ସମ୍ପତିର ସୁରକ୍ଷା, ସମାଜରେ ଭେଦଭାବ ବୃଦ୍ଧି ଇତ୍ୟାଦି ପ୍ରସଙ୍ଗକୁ ନେଇ ଦେଶ ଓ ରାଜ୍ୟରେ ଚାଲିଥିବା ଅନୀୟମିତତା ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା ଭାରତ ଯୋଡ ଓଡ଼ିଶା ପରିବର୍ତନ ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିବା ସହିତ ସାଶନ ଗାଦିରେ ତିଷ୍ଠି ରହିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଛଳନାତ୍ମକ ରାଜନିତିରେ ବ୍ୟସ୍ତ ଥିବା ଏବଂ ରାଜ୍ୟ ଓ ଦେଶରେ ଗଣତନ୍ତ୍ର ବଦଳରେ ବିରୋଧୀ ଶୂନ୍ୟ ସ୍ୱେଚ୍ଛାଚାରୀ ସାଶନ ଚଳାଇବାର ପ୍ରୟାସକୁ ବରଦାସ୍ତ କରାଯିବନାହିଁ ବୋଲି କହିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ୨୦୨୨ ସୁଦ୍ଧା ସମସ୍ତଙ୍କୁ ପକ୍କାଘର ଯୋଗାଇ ଦେବାର ପ୍ରତିଶୃତି ଦେଇ ଥିଲେ ମଧ୍ୟ ଅଦ୍ୟାବଧି ମୟୂରଭଂଜରେ ୧ ଲକ୍ଷ ୬୪ ହଜାର ପରିବାରଙ୍କ ନିକଟରେ ପକ୍କାଘର ନଥିବା, ଜିଲ୍ଲାରେ ୨୨ ଶହ ଛୋଟ ଛୋଟ ବସ୍ତିରେ ବିଜୁଳି ସଂଯୋଗ ନଥିବା, ଜିଲ୍ଲାରେ ପର୍ଯଟନ ପାଇଁ ପର୍ଯ୍ୟାପ୍ତ ଭିତିଭୂମି ଥିଲେ ମଧ୍ୟ ପର୍ଯ୍ୟଟନର ବିକାଶ ପାଇଁ ଦୀର୍ଘ ବର୍ଷର ରାଜ୍ୟ ଓ କେନ୍ଦ୍ର ସରକାର ଉଦାସୀନ ରହିବା, ସୂବର୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ କଂଗ୍ରେସ ଅମଳରେ ଆରମ୍ଭ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସଠିକ ଭାବେ କାର୍ଯ୍ୟକାରୀ ହୋଇ ନପାରିବା, ଜିଲ୍ଲାରେ ଥିବା ୪୦୨୫ ଟି ପ୍ରାଇମେରୀ ସ୍କୁଲ ମଧ୍ୟରୁ ୧୧୦୬ ଟିସ୍କୁଲକୁ ବନ୍ଦ କରିଦେବା, କଂଗ୍ରେସ ଅମଳରେ ଜିଲ୍ଲାରେ ଯେଉଁ ସ୍ପିନିଙ୍ଗ ମିଲ, ଗଂଜି କାରଖାନା ଆଦି ଥିଲା ତାହା ବନ୍ଦ ହେବା ସହ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଧ୍ୟାନ ନଦେବା, ଶାଳପତ୍ର, ସବାଇଘାସ ଓ ବନଜାତ ପଦାର୍ଥର ବ୍ୟାପକ ଉତ୍ପାଦନ ହେଉଥିଲେ ମଧ୍ୟ ସରକାରୀ ଉଦାସୀନତା ଯୋଗୁଁ ତାହାର ଉଚିତ ବଜାରୀକରଣ ନହେବା, ବାରିପଦା ସହରକୁ ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ନିଜେ ମୂଖ୍ୟମନ୍ତ୍ରୀ ବାରିପଦା ଠାରେ ଦୁଇ ଦୁଇ ଥର ଘୋଷଣା କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଆରମ୍ଭ ନହେବା ଭଳି ବହୁ ପ୍ରସଙ୍ଗରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା ପୂର୍ବକ ଦୀର୍ଘ ବର୍ଷ ଧରି ଉଭୟ ବିଜେପି ବିଜେଡି ସରକାର ବିଭିନ୍ନ ପ୍ରସଙ୍ଗରେ ମିଳିତ ଭାବରେ ରାଜ୍ୟବାସୀ ତଥା ଜିଲ୍ଲା ବାସୀଙ୍କ ସହ ଛଳନାତ୍ମକ ରାଜନିତି କରିଆସୁଥିବାର ଗୁରୁତ୍ୱପୂର୍ଣ ଅଭିଯୋଗ କରିଛନ୍ତି । ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ଶୁଶ୍ରୀ ଶୁଶିଳା ତିରିଆ, ବରିଷ୍ଠ କଂଗ୍ରେସ ନେତା ବିଜନ ଦାସ, ରାଜ୍ୟ ମିଡିଆ ସେଲର ପ୍ରବକ୍ତା ଅଶୋକ କୁମାର ସ୍ୱାଇଁ, ଜିଲ୍ଲା ମହିଳା ସଭାନେତ୍ରୀ ସୁସ୍ମିତା ଘୋଷାଲ, ଜିଲ୍ଲା ମିଡ଼ିଆ ସେଲର ଅଧ୍ୟକ୍ଷ ଶାନ୍ତନୁ ପାଲ, ଜିଲ୍ଲା ଭାରତ ଯୋଡ ଯାତ୍ରାର ଆବାହକ ଅରବିନ୍ଦ ଦାସ, ଆଇନ ସେଲ ଅଧ୍ୟକ୍ଷ ଜ୍ୟୋତି ପ୍ରକାଶ ରଥ, ନିରୋଜ ଲୋଚନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
