୧୨୮ ହିତାଧିକାରୀଙ୍କୁ ନୂତନ ଭତ୍ତା ବଣ୍ଟନ
ସୋର : ବାଲେଶ୍ୱର ଜିଲା ସୋର ପୌରପାଳିକା ଅନ୍ତର୍ଗତରେ ଯୋଗ୍ୟ ହିତାଧିକାରୀମାନଙ୍କୁ ପୌରପାଳିକା କାର୍ଯ୍ୟାଳୟରେ ଭତ୍ତା ବଣ୍ଟନ କରାଯାଇଛି । ପୌରାଧ୍ୟକ୍ଷ ମାଧବ ଧଡ଼ା, ଉପାଧ୍ୟକ୍ଷା ଶସ୍ମିତା ଦାସ, କାର୍ଯ୍ୟ ନିର୍ବାହୀ ଅଧିକାରୀ ସତ୍ୟଜିତ ମହାନ୍ତିଙ୍କ ଉପସ୍ଥିତିରେ ୧୨୮ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମକୁ ସାମାଜିକ ସୁରକ୍ଷା ଅଧିକାରୀ ନରହରି ବେହେରା, ଦୀପକ କୁମାର ସାହୁ ପୌରପାଳିକାର କର୍ମଚାରୀ ଏବଂ ୱାର୍ଡ଼ର ପାରିଷଦ ମାନେ ଉପସ୍ଥିତ ରହି ହିତାଧିକାରୀଙ୍କୁ ଭତ୍ତା ପ୍ରଦାନରେ ସହଯୋଗ କରିଥିଲେ । ୧୨୮ ଜଣଙ୍କ ମଧ୍ୟରୁ ବାର୍ଦ୍ଧକ୍ୟ ୯୦, ବିଧବା ୨୧ ଓ ଦିବ୍ୟାଙ୍ଗ ୧୩, ଛାଡ଼ ପତ୍ର ୩, ଅବିବାହିତ ଜଣକୁ ଭତ୍ତା ବଣ୍ଟନ କରାଯାଇଛି ।
