ଫତୁରାନନ୍ଦଙ୍କ ପ୍ରତିମୂର୍ତ୍ତୀ କଟକ ସହରରେ ସ୍ଥାପିତ ହେଉ
କଟକ : କଟକ ଲେଖକ ସହଯୋଗ ସମିତ ସଭାଗୃହ କାଳୀଭବନରେ ଡ଼ାକ୍ତର ରବିରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଫତୁରାନନ୍ଦଙ୍କ ୨୭ତମ ଶ୍ରାଦ୍ଧସଭା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବରିଷ୍ଠ ଅଧିବକ୍ତା ବୈଷ୍ଣବ ଦାସ, ମୁଖ୍ୟବକ୍ତା ଭାବେ ଡ଼କ୍ଟର ଅଜୟ ମିଶ୍ର ଯୋଗଦାନ କରି ଫତୁରାନନ୍ଦଙ୍କ ଜୀବନୀ ଓ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ତାଙ୍କର ହାସ୍ୟ ବ୍ୟଙ୍ଗ ସାହିତ୍ୟ ଅତୁଳନୀୟ । ସେଭଳି ଜଣେ ମହାନ ସାହିତ୍ୟ ସ୍ରଷ୍ଟାଙ୍କର ପ୍ରତିମୂର୍ତ୍ତୀ କଟକ ସହରରେ ଅବିଳମ୍ବେ ସ୍ଥାପିତ କରିବା ପାଇଁ ବକ୍ତାମାନେ ଦାବୀ କରିଥିଲେ । ଏ ଦିଗରେ ବିହୀତ ପଦକ୍ଷେପ ନେବା ପାଇଁ ମେୟରଙ୍କୁ ଏକ ଅନୁରୋଧ ପତ୍ର ଲେଖିବା ପାଇଁ ସ୍ଥିର କରାଗଲା । ଏହି ଆଲୋଚନାରେ ବିଚିତ୍ରାନନ୍ଦ ମିଶ୍ର, ଡ଼ାକ୍ତର ନିମାଇଁ ପରିଜା, ଚୌଧୁରୀ ଶରତଚନ୍ଦ୍ର ଦାସ, ବ୍ୟଙ୍ଗକବି ଲକ୍ଷ୍ମୀଛଡ଼ା, ସମରେନ୍ଦ୍ର ଘୋଷ, ଶୁଭଲକ୍ଷ୍ମୀ ଜେନା, ଅକ୍ଷୟ ସାହୁ, ସୁଷମା ବାରିକ, ଦେବେନ୍ଦ୍ର କୁମାର ପରିଡ଼ା, ସୁଧାଂଶୁ ଓଝା, କୁମାରେନ୍ଦ୍ର ପଟ୍ଟନାୟକ, ପ୍ରଭାସ ସେଠୀ, ଅଜୟ ଦାସ, ଅଶ୍ୱିନୀ ସେଠୀ, ମୁକେଶ ସୋନୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ସମିତିର ସଂପାଦକ ରଘୁନାଥ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ସଂଗଠନ ସଂପାଦକ ନରସିଂହ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
