ଜାତୀୟ କ୍ୟାନ୍ସର ସଚେତନା ଦିବସ
କଟକ : ଜାତୀୟ କ୍ୟାନ୍ସର ସଚେତନା ଦିବସ ଅଭିନବ ବିଡାନାସୀ ପଥଚାରୀ ସଂଘ ଏବଂ ରୋଟାରୀ କ୍ଲବ୍ କଟକ ଗ୍ରେଟର ପକ୍ଷରୁ କଟକ ଠାରେ ପାଳନ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ସଚେତନା ସଭାରେ କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଲଲାଟେନ୍ଦୁ ଷଡଙ୍ଗୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇ କହିଲେ ଯେ କ୍ୟାନ୍ସର ପୃଥିବୀର ଦ୍ୱିତୀୟ ସବୁଠୁ ଘାତକ ରୋଗ ଯାହା ଲୋକଙ୍କ ମୃତ୍ୟୁର କାରଣ ହୋଇଥାଏ । ଆରମ୍ଭରୁ ଚିହ୍ନଟ କରିପାରିଲେ ଅଧିକ ସଫଳ ଚିକିତ୍ସା ଏବଂ ଜୀବନ ବଂଚିବାର ଅଧିକ ସମ୍ଭାବନାକୁ ବଢାଇଥାଏ । ଏଥିପାଇଁ ଲୋକମାନଙ୍କ ଭିତରେ ଶିକ୍ଷା ଓ ସଚେତନା ସୃଷ୍ଟି ହେବା ଦରକାର । ଅଭିନବ ବିଡାନାସୀ ପଥଚାରୀ ସଂଘର ସଭାପତି ଦେବେନ୍ଦ୍ର ସୁତାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ରୋଟାରୀ କ୍ଲବ୍ର ସଭାପତି ଡାକ୍ତର ବିଶ୍ୱନାରାୟଣ ମହାନ୍ତି ଏହି ଦିବସର ତାତ୍ପର୍ଯ୍ୟ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ପ୍ରଦୀପ କୁମାର ସିହ୍ନା ପରିଚୟ ପ୍ରଦାନ କରିଥିଲେ । ଏହି ସଚେତନା ସଭାରେ ଡା. ପ୍ରସନ୍ନ କୁମାର ନାୟକ, କୃଷ୍ଣ କୁମାର ଦାସବର୍ମା, ଚିତ୍ତରଂଜନ ମହାନ୍ତି, ଦୁର୍ଗାପ୍ରସାଦ ମିଶ୍ର, ରମେଶ ଚନ୍ଦ୍ର ସାହୁ, କୁଞ୍ଜ ବିହାରୀ ପଣ୍ଡା, ଶ୍ୟାମ ସୁନ୍ଦର ମହାନ୍ତି, ଦୁର୍ଯ୍ୟୋଧନ ସାହୁ, ଡା. ନିରଂଜନ ମହାନ୍ତି, ମୀରାବାଳା ମହାପାତ୍ର, ପ୍ରମିଳା ଦାସବର୍ମା, ହିମାଂଶୁବାଳା ପଟ୍ଟନାୟକ, ଡା. ମଦନ ମୋହନ ମହାପାତ୍ର, ଶୈଳବାଳା ପଣ୍ଡା, ରବିନ୍ଦ୍ର ନାଥ ସ୍ୱାଇଁ, ଜୟଶଙ୍କର ମହାରଣା, ପ୍ରତାପ ମିଶ୍ର, ସନ୍ତୋଷ ତ୍ରୀପାଠୀ, ଡା.ନିରଂଜନ ରାଉତ, ଜୟଦୁର୍ଗା ପ୍ରସନ୍ନ ଆଚାର୍ଯ୍ୟ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । କୁଞ୍ଜବିହାରୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।
