ଏମକେସି ହାଇସ୍କୁଲ ଗୀତିକାର ଗୁରୁକୃଷ୍ଣ ଗୋସ୍ୱାମୀଙ୍କୁ ଦ୍ଧାଞ୍ଜଳି
ମୟୂରଭଞ୍ଜ : ଓଡିଶାର ମହାନ ଗୀତିକାର, ମୟୂରଭଞ୍ଜର ଗର୍ବ ଓ ଗୌରବ ଏମକେସି ହାଇସ୍କୁଲର କୃତୀ ଛାତ୍ର ସ୍ୱର୍ଗତ ଗୁରୁକୃଷ୍ଣ ଗୋସ୍ୱାମୀଙ୍କୁ ବିଦ୍ୟାଳୟ ପରିସରରେ ତାଙ୍କ ଜୟନ୍ତୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ କୁଞ୍ଜବାଳା ମହାନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ଅମିତାଭ ମିଶ୍ର, ଶିକ୍ଷକ ରାଜୀବ ଲୋଚନ ଜେନା, ଲକ୍ଷ୍ମୀ ନାରାୟଣ ମହାନ୍ତ, କୁମୁଦିନି ସି, ଗାୟତ୍ରୀ ପୃଷ୍ଟି ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ତାଙ୍କ ସ୍ମୃତିଚାରଣ କରିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ଗୋସ୍ୱାମୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷା କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।
