ନଭେମ୍ବର ୭ ଅକ୍ଟୋବର ବିପ୍ଳବର ୧୦୫ ତମ ସ୍ମାରକ ଦିବସ ପାଳିତ
ଜଳେଶ୍ୱର : ଜଳେଶ୍ୱରସ୍ଥିତ ସିପିଆଇ(ଏମ୍) କାର୍ଯ୍ୟଳୟରେ ଅକ୍ଟୋବର ବିପ୍ଳବର ୧୦୫ତମ ସ୍ମାରକ ଦିବସ ପାଳିତ ହୋଇ ଯାିଛି । ନଭେମ୍ବର ୭ ତାରିଖ ରୁଷ ବିପ୍ଲବ ସମସ୍ତ ବିପ୍ଳବ ଇତିହାସରେ ଗୁରୁତ୍ୱପୂର୍ଣ୍ଣ ଘଟଣା । ଶ୍ରମିକ-କୃଷକ-ମେହେନତୀ ମଣିଷ ବଂଚିକାର ଅଧିକାର ସହିତ ରାଜନୈତିକ ଅଧିକାର ପାଇଥିଲେ । ପୁଂଜିବାଦର ତ୍ରୀବ୍ର ସଂକଟ ହେଲେ ସମାଜବାଦ ନୂତନ ରାସ୍ତା ଦେଖାଏ । ଏହି ଦିବସକୁ ସାରାଦେଶରେ ସିପିଆଇଏମ୍ ପକ୍ଷରୁ ପାଳନ କରାଯାଇଛି । ଜଳେଶ୍ୱର ଆଞ୍ଚଳିକ କମିଟି ପକ୍ଷରୁ ରକ୍ତ ପତାକାକୁ ଦିଲ୍ଲିପ କୁମାର ଗିରି ଉତ୍ତଳନ କରିବା ସହ ସଭାପତିତ୍ୱ କରିଥିଲେ । ଦିଲ୍ଲିପ କୁମାର ପରିଡା, ପଲ୍ଟୁ ଦାସ, ରବିନ୍ଦ୍ର ବାରିକ, ଇନ୍ଦୁମାଧବ ମହାନ୍ତି, ରାଜୀବ ଲୋଚନ ପଣ୍ଡା, ସେକ୍ ଅବଦୁଲ ସାଦ୍ଦିକ, ମଦନ ମାହାଲି, ଧିରେନ୍ଦ୍ର ଦେ, ସବିତା ଭୂୟାଁ, ଇନ୍ଦୁବାଳା ମହାନ୍ତି, ଭାଗ୍ୟଶ୍ରୀ ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏହି ସଭା ବ୍ୟତିତ ସମ୍ପତ୍ତିଆ, ଡେମୁରିଆ, ବାଇଗଣ ବାଡିଆ, ସୁଗୋ, ନାମ୍ପୋ, ରାୟେଁରାମଚନ୍ଦ୍ରପୁର, ରାଜପୁର, ଓଳିନ୍ଦା, ପଂଚୁଘଣ୍ଟା, ଆରୁହା, ଗୋପୀମୋହନପୁର ଓ ଗୋବରଘଟାଠାରେ ଏଭଳି ପତାକା ଉତ୍ତୋଳନ ସହିତ ଉତ୍ସବ ପାଳିତ ହୋଇଛି ।
